ଭାରତ ଉପରେ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ

ନୂଆଦିଲ୍ଲୀ,୧୦-୧୦: ମାନ୍ଦାବସ୍ଥାର ପ୍ରଭାବ ସାରା ବିଶ୍ୱର ଦେଶଗୁଡିକ ଉପରେ ଏବେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ହାର ଏକ ଦଶନ୍ଧିର ସବୁଠାରୁ ନିମ୍ନ ସ୍ତରକୁ ଚାଲିଯିବା ସମ୍ଭାବନା ରହିଛି। ମାନ୍ଦାବସ୍ଥା ପ୍ରଭାବ ଭାରତ ସମେତ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକ ଉପରେ ଦେଖାଯାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟଲିନା ଜିଓରଜିଏଭା କହିଛନ୍ତି। ଆଇଏମ୍‌ଏଫ୍‌ ମୁଖ୍ୟ ଦାୟିତ୍ୱ ଭାର ସମ୍ଭାଳିବା ପରେ ମାନ୍ଦାବସ୍ଥା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ସେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି।
– ଅଭିବୃଦ୍ଧି ଆକଳନ କମାଇଲା ରିଜର୍ଭ ବ୍ୟାଙ୍କ
୨୦୧୯-୨୦ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସ ଲାଗି ଭାରତର ଜିଡିପି ଅଭିବୃଦ୍ଧି ହାର ୫%କୁ ଖସିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ମଧ୍ୟ ଦେଶର ଅଭିବୃଦ୍ଧି ଆକଳନକୁ ୬.୯%ରୁ ୬.୧%କୁ ହ୍ରାସ କରିଛି। ଖସୁଥିବା ଜିଡିପି ଅଭିବୃଦ୍ଧି ଉପରେ ରୋକ ଲଗାଇବା ଲାଗି ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ମାତ୍ର ବିଶ୍ୱ ମାନ୍ଦାବସ୍ଥା ପ୍ରଭାବ ଭାରତ ବଜାର ଉପରେ ପଡିଥିବାରୁ ଏହା ବର୍ତ୍ତିପାରିନାହିଁ।
– ବାଣିଜ୍ୟ ଯୁଦ୍ଧର ନକାରାତ୍ମକ ପ୍ରଭାବ
ଜିଓରଜିଏଭା କହିଛନ୍ତି, ଗତ ୨ ବର୍ଷ ତଳେ ବିଶ୍ୱର ଅର୍ଥ ବ୍ୟବସ୍ଥା ଏକ ସକରାତ୍ମକ ଦିଗରେ ଅଗ୍ରସର ହେଉଥିଲା। ଜିଡିପିକୁ ବିଚାରକଲେ ଏହି ସମୟରେ ବିଶ୍ୱ ଅର୍ଥନୀତିର ମୋଟ ୭୫% ଅଂଶ ଅଭିବୃଦ୍ଧି କରୁଥିଲେ। ମାତ୍ର ବର୍ତ୍ତମାନ ବାଣିଜ୍ୟ ଯୁଦ୍ଧର ପ୍ରଭାବ ଏହା ଉପରେ ପରିଲକ୍ଷିତ ହେଉଛି। ଏହି କାରଣରୁ ବିକାଶ ହାର ଅଟକିଯାଇଛି। ଆଲୋଚନା ମାଧ୍ୟମରେ ବାଣିଜ୍ୟ ବିବାଦର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାର ପ୍ରଭାବ ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ନକାରାତ୍ମକ।
– ଅଭିବୃଦ୍ଧିଶୀଳ ବଜାର ପ୍ରଭାବିତ
ଆଇଏମ୍‌ଏଫ୍‌ ମୁଖ୍ୟ କହିଛନ୍ତି ଯେ, ଆମେରିକା ଏବଂ ଜର୍ମାନୀ ଭଳି ଦେଶଗୁଡିକରେ ବେରୋଜଗାରି ସର୍ବକାଳୀନ ନିମ୍ନ ସ୍ତରରେ ରହିଛି। ଅପରପକ୍ଷରେ ଜାପାନ ଏବଂ ୟୁରୋପର ଅନ୍ୟ ଦେଶଗୁଡିକର ଆର୍ଥତ୍କ ଗତିବିଧି କମ୍‌ ହୋଇଛି। ଏଭଳି ସ୍ଥିତିରେ ଭାରତ ଏବଂ ବ୍ରାଜିଲ ଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକରେ ମାନ୍ଦାବସ୍ଥାର ପ୍ରଭାବ ଗଭୀର ଭାବେ ପରିଲକ୍ଷିତ ହୋଇଥିବା ସେ ମତ ରଖିଛନ୍ତି।
– ଆଇଏମ୍‌ଏଫ୍‌ ହ୍ରାସ କଲା ଅଭିବୃଦ୍ଧି ଅନୁମାନ
୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଅନୁମାନକୁ ଆଇଏମ୍‌ଏଫ୍‌ ହ୍ରାସ କରିଛି। ପୂର୍ବର ଅଭିବୃଦ୍ଧି ଆକଳନ ତୁଳନାରେ ଆଇଏମ୍‌ଏଫ୍‌ ୦.୩୦% ହ୍ରାସ କରି ୭% ରଖିଛି। ଭାରତରେ ଚାହିଦାରେ ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି।
– ସରକାରଙ୍କ ପଦକ୍ଷେପ
ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। ବିଦେଶୀ ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଅତିଧନୀଙ୍କ ଉପରେ ଲାଗୁ ହେଉଥିବା ସୁପର ରିଚ୍‌ ଟାକ୍ସ ହାର ହ୍ରାସ ହୋଇଛି। କର୍ପୋରେଟ ଟିକସକୁ ମଧ୍ୟ ହ୍ରାସ କରାଯାଇଛି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ଉତ୍ସାହିତ କରିବା ଲାଗି ଜିଏସ୍‌ଟି ରିଫଣ୍ଡ ନିୟମକୁ ସରଳ କରାଯାଇଛି। ଷ୍ଟାର୍ଟଅପଗୁଡିକ ଲାଗି ଟିକସ ରିହାତି ଏବଂ ସେମାନଙ୍କ ଲାଗି ରହିଥିବା ବିଭିନ୍ନ ପ୍ରକ୍ରିୟାକୁ ସରଳ କରାଯାଇଛି।
– ରିଜର୍ଭ ବ୍ୟାଙ୍କର ଲଗାତର ରେପୋ ହ୍ରାସ
ଅର୍ଥନୀତିରେ ସୁଧାର ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ସୁଧହାର ବା ରେପୋ ହାରକୁ ନିରନ୍ତର ଭାବେ ହ୍ରାସ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ୧.୩୫% ସୁଧହାର କମାଇଛି। ଛୋଟ ଛୋଟ ବ୍ୟାଙ୍କଗୁଡିକୁ ୧୨ ବଡ ବ୍ୟାଙ୍କ ସହ ମିଶ୍ରଣ କରାଯାଇଛି। ବ୍ୟାଙ୍କଗୁଡିକରେ ନଗଦ ସମସ୍ୟା ଦୂର କରିବା ଲାଗି ୭୦ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଦ୍ୱାରା ବ୍ୟାଙ୍କଗୁଡିକ ଅଧିକ ଋଣ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବେ। ସେହିଭଳି ରେପୋ ସଂଯୋଗୀ ଋଣ ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri