ଭାରତ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଉପହାର ଦେବେ ବୀଣା

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପ୍ରତିଥର କିଛି ନା କିଛି ଭାରତ ବିରୋଧୀ କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ। ବିଗ୍‌ ବସ୍‌ କଣ୍ଟେଷ୍ଟାଣ୍ଟ ଭାବେ ଭାରତରେ ସେ ବେଶ୍‌ ପରିଚିତ। ତେବେ ଏଥର ସେ ଉର୍ଦ୍ଦୁ ଭାଷାରେ ଏକ ଭାରତ ବିରୋଧୀ ଟୁଇଟ୍‌ କରି ଆସିଛନ୍ତି ଚର୍ଚ୍ଚାକୁ। ବୀଣା କହିଛନ୍ତି ଯିଏ ଭାରତ ଉପରେ ଆକ୍ରମଣ କରିବ ତାଙ୍କୁ ଉପହାର ମିଳିବ। ତାଙ୍କର ଏହି ଉର୍ଦ୍ଦୁ ଟୁଇଟକୁ ଅନୁବାଦ କରିଛନ୍ତି ଲେଖକ ତାରକ ଫତେହ। ଆଉ ଏହା ଜାଣିବା ପରେ ଭାରତୀୟ ସୋସିଆଲ ମିଡିଆ ୟୁଜର ବୀଣାଙ୍କୁ ଖୁବ୍‌ ଉପହାସ କରିଛନ୍ତି। ଜଣେ ୟୁଜର ତାଙ୍କୁ ଅସ୍ମିତ ପଟେଲଙ୍କ କପଡା ଧୋଉଥିବା ମହିଳା ସହ ତୁଳନା କରିଛନ୍ତି। ଆଉ କେତେଜଣ ତାଙ୍କୁ ଜଣେ ଖରାପ ଅଭିନେତ୍ରୀ ବୋଲି ମଧ୍ୟ କହିଛନ୍ତି। ଆଉ ପାକିସ୍ତାନ ସହ ସେ ମଧ୍ୟ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି କହିଛନ୍ତି।

Share