Posted inଖେଳ

ଭାରତ ଅଧିନାୟକ ଭଳି ବିସିସିଆଇର ନେତୃତ୍ୱ ନେବି

ମୁମ୍ବାଇ,୨୩।୧୦(ପି.ଟି.): ଭାରତୀୟ ଦଳର ନେତୃତ୍ୱ ନେଇ ଯେଉଁଭଳି କାର୍ଯ୍ୟ କରିଥିଲି, ଠିକ୍‌ ସେହିପରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିବି ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ସୌରଭ ଗାଙ୍ଗୁଲି କହିଛନ୍ତି। ଅଧିନାୟକ ଥିବା ବେଳେ ଯେଉଁ ନେଭି ବ୍ଲୁ ବ୍ଲେଜର ପରିଧାନ କରୁଥିଲେ ଗାଙ୍ଗୁଲି ତାହାକୁ ପିନ୍ଧି ବୁଧବାର ବୋର୍ଡ ଅଧ୍ୟକ୍ଷ ପଦର ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି। ସମାସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ସହ କ୍ରିକେଟକୁ ଦୁର୍ନିତୀମୁକ୍ତ କରିବା ସହ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ପ୍ରୟାସ କରିବେ ବୋଲି ଗାଙ୍ଗୁଲି କହିଛନ୍ତି। ସମ୍ପୂର୍ଣ୍ଣ ସ୍ବାଧୀନ ଭାବେ ଓ କୌଣସି ଭାବେ ପ୍ରଭାବିତ ନ ହୋଇ କାର୍ଯ୍ୟ କରିବି। ବୋର୍ଡ ପାଇଁ ଯାହା ଭଲ ହେବ ତାହା କରିବ। ଯେଉଁ ଭଳି ଭାବେ ଭାରତୀୟ ଦଳରେ ନେତୃତ୍ୱ ନେଇଥିଲି ଠିକ୍‌ ସେହିପରି ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବି। ବିଶ୍ୱନୀୟତା ହିଁ କାର୍ଯ୍ୟଶୈଳୀର ମୁଖ୍ୟ ଆଧାର ହେବ। ବିସିସିଆଇକୁ ଆଗକୁ ନେବା ପାଇଁ ସବୁପ୍ରକାର ପ୍ରୟାସ କରିବି ବୋଲି ୧୮,୦୦୦ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଥିବା ଗାଙ୍ଗୁଲି କହିଛନ୍ତି।

ଭାରତୀୟ କ୍ରିକେଟ ଖରାପ ସମୟ ଦେଇ ଗତି କରୁଥିବା ବେଳେ ନେତୃତ୍ୱ ନେଇଥିଲି। ୬ ବର୍ଷ ଅଧିନାୟକ ଭାବେ କାର୍ଯ୍ୟ କରିବାପାର ଭାରତୀୟ କ୍ରିକେଟ ପୁଣିଥରେ ଟ୍ରାକକୁ ଫେରିଥିଲା। ଏବେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ବିସିସିଆଇର ଗୌରବ ଫେରାଇ ଆଣିବା ସହ ଆଗକୁ ନେବାକୁ ହେବ। ବୋର୍ଡରେ ସଂସ୍କାର ଆଣିବା ଜରୁରୀ ହୋଇ ପଡିଛି। ପୁଣି ରାଜ୍ୟ ଆସୋସିଏଶନଗୁଡିକୁ ବହୁ ପରିମାଣରେ ଅର୍ଥ ଦେବାକୁ ହେବ। ଫଳରେ ବହୁତ କିଛି କାର୍ଯ୍ୟ କରିବାକୁ ହେବ ବୋଲି ଗାଙ୍ଗୁଲି କହିଛନ୍ତି।

କୋହଲି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ଅଧିନାୟକ ବିରାଟ କୋହଲି ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି। ତେଣୁ ତାଙ୍କ ସହ ଗୁରୁବାର କଥା ହେବି। ତାଙ୍କ କଥା ଶୁଣିବି। ଯଥା ସମ୍ଭବ ତାଙ୍କୁ ସମର୍ଥନ କରିବି। ସେ ଯାହା ଚାହୁଁଛନ୍ତି ତାହା କରାଯିବ ବୋଲି ଗାଙ୍ଗୁଲି କହିଛନ୍ତି। ଭାରତୀୟ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆମେ ଦାୟିତ୍ୱ ଗ୍ରହଣ କରିଛୁ। ତେଣୁ ଯଥା ସମ୍ଭବ କାର୍ଯ୍ୟକରିବୁ ବୋଲି ସେ କହିଛନ୍ତି। କୋହଲିଙ୍କ କାର୍ଯ୍ୟ ତଥା ଜୀବନକୁ କଷ୍ଟକର କରିବା ପରିବର୍ତ୍ତେ ସହଜ କରିବୁ। କୋହଳି ଭାରତକୁ ବିଶ୍ୱର ଶ୍ରେଷ୍ଠ ଦଳ ରୂପେ ପରିଣତ କରିବାକୁ ଚାହାନ୍ତି। ଗତ ୩/୪ ବର୍ଷରେ କୋହଲି ଯେଉଁଭଳି ଖେଳୁଛନ୍ତି ଓ ଦଳର ନେତୃତ୍ୱ ନେଉଛନ୍ତ ତାହା ପ୍ରଶଂସନୀୟ। କୋଚ ରବି ଶାସ୍ତ୍ରୀ ଓ ପୂରା ଟିମ୍‌ ମ୍ୟାନେଜମେଣ୍ଟ ସହ ବୈଠକରେ ବସି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବି। ପ୍ରଦର୍ଶନ ଉପରେ ଭାରତୀୟ କ୍ରିକେଟ ପର୍ଯ୍ୟବେଷିତ ହେବ। ସହମତି ଓ ଆଲୋଚନା ମାଧ୍ୟମରେ ସବୁ ନିଷ୍ପତ୍ତି ନିଆଯିବ ବୋଲି ଗାଙ୍ଗୁଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri