Posted inଖେଳ

ଭାରତୀୟ ହକି: ଅଲିମ୍ପିକ୍ସ ଯୋଗ୍ୟତା ଉପରେ ଫୋକସ

ବେଙ୍ଗାଲୁରୁ, ୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହାକୁମ୍ବ ଆରମ୍ଭ ହେବାପାଇଁ ଠିକ୍‌ ୧ ବର୍ଷ ବାକିଥିବାବେଳେ ଆରମ୍ଭ ହୋଇଯାଇଛି ଅବଗଣନା। ଅଲିମ୍ପିକ୍ସରେ ଉଭୟ ମହିଳା ଓ ପୁରୁଷ ଭାରତୀୟ ହକି ଦଳର ପ୍ରିଲିମିନାରି ରାଉଣ୍ଡ ଜୁଲାଇ ୨୫ରେ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ହକି ଦଳ ଅଲିମ୍ପିକ୍ସ ଯୋଗ୍ୟତା ଉପରେ ଫୋକସ କରିଛି।
”ଅଲିମ୍ପିକ୍ସ ଯୋଗ୍ୟତାକୁ ଆମେ ପ୍ରାଥମିକତା ଦେଉଛୁ। ତେଣୁ କ୍ୱାଲିଫାଇଂ ଇଭେଣ୍ଟ ଏବଂ ୨୦୨୦ ଅଲିମ୍ପିକ୍ସ ଆଉ କେତେଦିନ ରହିଲା ତା ଉପରେ ସ୍ବାଭାବିକଭାବେ ଦୃଷ୍ଟି ରଖିଛୁ। ଏହାଦ୍ୱାରା ପ୍ରତି ଖେଳାଳି ନିଜ ଗେମ୍‌ରେ ଉନ୍ନତି ଆଣିବା ସହ ଦେଶପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ“ ବୋଲି ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂ ପ୍ରକାଶ କରିଛନ୍ତି। କେବଳ ଖେଳାଳିମାନେ ନୁହନ୍ତି କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ମାନେ ମଧ୍ୟ ଆମକୁ ଅଲିମ୍ପିକ୍ସ ସମ୍ପର୍କରେ ସଚେତନ କରାଉଛନ୍ତି ଏବଂ ଏହି ମେଗା ଇଭେଣ୍ଟ ପୂର୍ବରୁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବାର ଅଛି ବୋଲି ମନେ ପକାଇ ଦେଉଛନ୍ତି। ଦଳର ଦୁର୍ବଳ ଦିଗ ଉପରେ କାମ କରାଯାଉଛି। ଆଗାମୀ ଦିନରେ ହେବାକୁଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ, ବେଲଜିୟମ ଟୁର୍‌, ନଭେମ୍ବରରେ ହେବାକୁଥିବା କ୍ୱାଲିଫାଇଂ ଇଭେଣ୍ଟରେ ପ୍ରତିପକ୍ଷ ଦଳ ଉପରେ ନଜର ରଖି ମଧ୍ୟ ଆମେ ପ୍ରସ୍ତୁତ ହେଉଛୁ। ମୋଟାମୋଟି ଭାବେ ସବୁକିଛିକୁ ନଜରରେ ରଖାଯାଇ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ଏବଂ ଆମେ ଉନ୍ନତ ପ୍ରଦର୍ଶନ କରିବା ଦିଗରେ ଧ୍ୟାନ ଦେଉଛୁ ବୋଲି ମନପ୍ରୀତ କହିଛନ୍ତି। ଅଲିମ୍ପିକ୍ସ ବେଳକୁ ଖେଳାଳିମାନେ ଇଞ୍ଜୁରିମୁକ୍ତ ରହିବା ଗୁରୁତ୍ୱପୂର୍ଣ୍ଣ। ଖେଳାଳିମାନେ ବ୍ୟକ୍ତିଗତଭାବେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମନପ୍ରୀତ ମତ ଦେଇଛନ୍ତି।
ଭାରତୀୟ ମହିଳା ଦଳର ଅଧିନାୟିକା ରାଣୀ ରାମପାଲ କିନ୍ତୁ ଦଳର ଅଲିମ୍ପିକ୍ସ ଯୋଗ୍ୟତା ହାସଲ ନେଇ ବେଶ୍‌ ଆଶାବାଦୀ। ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ଆମେ ୨୦୧୬ ରିଓ ଅଲିମ୍ପିକ୍ସ ଯୋଗ୍ୟତା ଆକସ୍ମିକ ନ ଥିଲା ବୋଲି ପ୍ରମାଣିତ କରିଦେବୁ ବୋଲି ସେ କହିଛନ୍ତି। ”ଏଥିପାଇଁ ଆମେ ସମସ୍ତେ ବ୍ୟକ୍ତିଗତ ସ୍ବାର୍ଥକୁ ତ୍ୟାଗ କରିଛୁ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଆମର ଏକମାତ୍ର ଲକ୍ଷ୍ୟ“ ବୋଲି ସେ କହିଛନ୍ତି। ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ଏକ ଆକସ୍ମିକ ଘଟଣା ନ ଥିଲା ବୋଲି ପ୍ରମାଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ମହିଳା ହକି ଦଳ ବଡ଼ ଟୁର୍ନାମେଣ୍ଟରେ ଭଲ ଫଳାଫଳ ପାଇବାରିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ତେଣୁ ଆମକୁ ସେମାନଙ୍କ ଭରସା ରଖିବାକୁ ହେବ ବୋଲି ରାଣୀ କହିଛନ୍ତି।
ନିକଟରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସଫଳତା ପାଇଥିବା ଆଥଲେଟ୍‌ ହିମା ଦାସ ଓ ଦୂତୀ ଚାନ୍ଦଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରାଣୀ। ବିଶ୍ୱସ୍ତରରେ ଏବେ ଭାରତୀୟ ମହିଳାମାନେ ଚମକ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ହିମା ପୋଲାଣ୍ଡ ଓ ଚେକ୍‌ ରିପବ୍ଲିକ୍‌ରେ ଅନୁଷ୍ଠିତ ବିଭିନ୍ନ ଇଭେଣ୍ଟରେ ୨୦ ଦିନ ମଧ୍ୟରେ ୨୦୦ ଓ ୪୦୦ ମିଟର ରେସ୍‌ରେ ୫ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ଦୂତୀ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ”ଭାରତୀୟ ମହିଳା ଶକ୍ତିର ଉତ୍‌ଥାନ ହେଉଛି ଏବଂ ବିଶ୍ୱସ୍ତରରେ ଭାରତ ଆଗକୁ ବଢ଼ୁଛି ବୋଲି ହିମା ଓ ଦୂତୀ ପ୍ରମାଣିତ କରିଛନ୍ତି। ସେମାନଙ୍କ ପ୍ରଦର୍ଶନ ଆମକୁ ଉତ୍ସାହିତ କରିଛି। ଆଗାମୀ ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟରେ ସେପରି ପ୍ରଦର୍ଶନ କରିବା ଆମପାଇଁ ଅତି ଗୁରୁତ୍ୱପୂର୍ଣ୍ଣ“ ବୋଲି ରାଣୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri