Posted inଜାତୀୟ

ଭାରତୀୟ ସେନାର ଆକ୍ରମଣରେ ୫ ପାକିସ୍ତାନ ସେନା ନିହତ: ବିଚଳିତ ହୋଇପଡିଲା ପାକିସ୍ତାନ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ରବିବାର ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି। ୪ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଏହାପରେ ପାକିସ୍ତାନ ସରକାର ବିଚଳିତ ପଡିଛି। ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନରଙ୍କୁ ଏନେଇ ରିପୋର୍ଟ ତଲବ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଡେପୁଟୀ ହାଇକମିଶନର ଗୌରବ ଆହଲୁଓ୍ବାଲିଆଙ୍କୁ ସମନ ଜାରି କରିଛି। ସୂଚନାଯୋଗ୍ୟ, ଟଙ୍ଗଧର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଟଙ୍ଗଧର ସେକ୍ଟରର ବିପରୀତ ପାର୍ଶ୍ୱରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ପିଓକେରେ ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଏକ ଅସ୍ଥାୟୀ ଆତଙ୍କୀ କ୍ୟାମ୍ପ ଖୋଲିଥିବା ସୂଚନା ରହିଛି। ଏହି ସ୍ଥାନରୁ ହିଁ ଆତଙ୍କବାଦୀମାନେ ଆସି ଭାରତର ସୀମାରେଖା ଗୁଡ଼ିକରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ: ୧୫ ବୁଥ୍‌ରେ ପୁନଃ ମତଦାନ ନିର୍ଦ୍ଦେଶ, ଗଣତି ପୂର୍ବରୁ କୋଲକାତାରେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ରାଜ୍ୟରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାରେ ଲାଗିଛି। ମେ ୪ ତାରିଖରେ…

କାଳ ସାଜିଲା କାଳବୈଶାଖୀ, ଗଛ ଉପୁଡ଼ି ପଡ଼ିଲା ଦୋକାନ ଉପରେ, ଚାଲିଗଲା…

ଗଜପତି,୧।୫(ଗିରିଧାରୀ ପରିଛା): ଗଜପତି ଜିଲାରେ ଶୁକ୍ରବାର କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋସାଣି ବ୍ଲକ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri