Categories: ଖେଳ

ଭାରତୀୟ ସେନାଙ୍କ ସହ ଲେହରେ ପହଞ୍ଚିଲେ ଧୋନୀ, ଅଗଷ୍ଟ ୧୫ରେ ଉଡାଇବେ ତ୍ରିରଙ୍ଗା

ଶ୍ରୀନଗର,୧୪।୮:ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ କରିଛନ୍ତି ମାହି। ଧୋନୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ କରୁଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ନିକଟରେ ସେ ଭାରତୀୟ ସେନାଙ୍କ ସହ ଲେହରେ ପହଞ୍ଚିଛନ୍ତି। ଏଠାରୁ ଧୋନୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସେ ପାରା କମାଣ୍ଡୋ ଡ୍ରେସ୍‌ରେ ନଜର ଆସିଛନ୍ତି। ସେ ସ୍ବାଧୀନତା ଦିବସରେ ଏଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଧୋନୀଙ୍କ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଅଗଷ୍ଟ ୧୫ରେ ହିଁ ଶେଷ ହେଉଛି।

Share