Categories: ଖେଳ

ଭାରତୀୟ ଯୁବତୀଙ୍କୁ ବିବାହ କରିଥିଲେ ଏହିସବୁ ପାକିସ୍ତାନୀ କ୍ରିକେଟର

ପାକିସ୍ତାନ ବୋଲର୍‌ ହସନ ଅଲ୍ଳୀ ମଙ୍ଗଳବାର ଭାରତୀୟ ଯୁବତୀ ସାମିଆ ଅରଜୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ପାକିସ୍ତାନ କ୍ରିକେଟର ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି ଆଉ ବିବାହ ମଧ୍ୟ କରିଛନ୍ତି। ସେମିତି କିଛି କ୍ରିକେଟର୍ସଙ୍କ ସମ୍ପର୍କରେ…

ଜାହିର ଆବାସ ଏବଂ ରୀତା ଲୁଥର
୧୯୮୦ରେ ଜାହିର ଆବାସଙ୍କ ସହ ରୀତା ଲୁଥରଙ୍କ ଭେଟ ହୋଇଥିଲା। ରୀତା ଲଣ୍ଡନରେ ଇଣ୍ଟେରିଅର୍‌ ଡିଜାଇନର ପାଠ ପଢ଼ୁଥିବା ସମୟରେ ଉଭୟ ନିକଟତର ହୋଇଥିଲେ। ୧୯୮୮ ମସିହାରେ ଦୁହେଁ ବିବାହ କରିଥିଲେ।

ମୋସିନ ଖାନ ଏବଂ ରୀନା ରୟ
ପାକିସ୍ତାନ କ୍ରିକେଟର ମୋସିନ ଖାନ୍‌ ଭାରତୀୟ ମହିଳା ରୀନା ରୟଙ୍କ ପ୍ରେମରେ ପଡ଼ିଯାଇଥିଲେ। ପରେ ଦୁହେଁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଅଛି।

ସୋଏବ ମଲିକ ଏବଂ ସାନିଆ ମିର୍ଜା
୨୦୧୦ ମସିହାରେ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲିିକଙ୍କୁ ବିବାହ କରିଥିଲେ।

ହସନ ଅଲ୍ଲୀ-ସାମିଆ ଅରଜୁ
ପାକିସ୍ତାନର ଦମଦାର ବୋଲର୍‌ ହସନ ଅଲ୍ଲୀ ଭାରତର ଝିଅ ସାମିଆ ଅରଜୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ସାମିଆ ହେଉଛନ୍ତି ହରିୟାଣାର ମେୱଟ ଜିଲାର ମୂଳ ବାସିନ୍ଦା। ସେ ଦୁବାଇ ଏମିରେଟ୍ସ ଏୟାରଲାଇନ୍ସରେ ଫ୍ଲାଇଟ ଇଞ୍ଜିନିୟର ଭାବେ କାମ କରୁଛନ୍ତି।

Share