Categories: ଜାତୀୟ

ଭାରତୀୟ ନୌସେନା ମିଗ୍‌-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ସୁରକ୍ଷିତ

ପଣଜୀ,୨୩।୨: ଭାରତୀୟ ନୌସେନାର ମିଗ୍‌-୨୯ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋଆରେ ଏହା ରୁଟିନ୍‌ ଟ୍ରେନିଂ ସମୟରେ ଉଡ଼ାଣ କରୁଥିବାବେଳେ ଏଭଳି ହୋଇଥିବା କୁହାଯାଉଛି। ଏହି ଘଟଣାରେ ପାଇଲଟ ସୁରକ୍ଷିତ ଥିବା ନୌସେନା ପକ୍ଷରୁ କୁହାଯାଇଛି। ଘଟଣା କିଭଳି ଘଟିଲା ତାହାର ଯାଞ୍ଚ୍‌ ପାଇଁ ନୌସେନା ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୯ ନଭେମ୍ବର ୧୬ରେ ନୌସେନାର ଅନ୍ୟ ଏକ ମିଗ୍‌-୨୯ ବିିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ଗୋଆର ଗାଁରେ ଖସି ପଡ଼ିଥିଲା। ତେବେ ଏଥିରେ ଥିବା ୨ ପାଇଲଟ ସୁରକ୍ଷିତ ରହିଥିଲେ। ପକ୍ଷୀ ସହିତ ଧକ୍କା ହେବା ପରେ ଏଭଳି ହୋଇଥିବାର ନୌସେନା ପକ୍ଷରୁ କୁହାଯାଇଥିଲା।

Share