Posted inଖେଳ

ଭାରତୀୟ ଦଳର ଟେଷ୍ଟ ଜର୍ସି ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୮(ପିଟି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ସହ ଭାରତୀୟ ଦଳ ତା’ର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଭିଯାନ ଆରମ୍ଭ କରିବ। ଏହି ବିଶ୍ୱ ସ୍ତରୀୟ ଟେଷ୍ଟ ଇଭେଣ୍ଟ ଲାଗି ଭରତୀୟ ଦଳର ଇନ୍‌ଷ୍ଟାଗ୍ରାମ ପେଜରେ ଜର୍ସି ଉନ୍ମୋଚିତ ହୋଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଚିରାଚରିତ ୧୮ ନଂ ଜର୍ସି ପରିିଧାନ କରିବେ। ସେହିଭଳି ଉପଅଧିନାୟକ ଅଜିଙ୍କ୍ୟ ରାହାନେ ୩, ଚେତେଶ୍ୱର ପୂଜାରା ୨୫, ମହମ୍ମଦ ସାମି ୧୧, କୁଲଦୀପ ଯାଦବ ୨୧ ଓ ରବିଚନ୍ଦ୍ରନ ଅଶ୍ୱିନ ୯୯ ନଂ ଥିବା ଜର୍ସି ପିନ୍ଧିବେ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ରୋହିତ ଶର୍ମା, ଈଶାନ୍ତ ଶର୍ମା, ରିଷଭ ପନ୍ତ ଓ ହନୁମା ବିହାରୀଙ୍କ ଜର୍ସିର ପଛ ଭାଗରେ ଯଥାକ୍ରମେ ୮, ୪୫, ୯୭, ୧୭ ଓ ୪୪ ନଂ ରହିଛି। କ୍ରିକେଟର ଲମ୍ବା ଫର୍ମାଟର ଲୋକପ୍ରିୟତା ବୃଦ୍ଧି କରିବା ଲାଗି ଆଇସିସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ବ୍ରେଟ ଲି, ଶୋଏବ ଆଖତର, କେଭିନ ପିଟରସନଙ୍କ ଭଳି ବହୁ ପୂର୍ବତନ ଖେଳାଳି ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକର ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

ଟି-୨୦ରେ ୧୬ ଛକା ମାରି କ୍ରିକେଟ୍‌ ଜଗତରେ ଚହଳ ପକାଇଲେ ଏହି କ୍ରିକେଟର୍‌ ମାତ୍ର ୬୩ ବଲ୍‌ରେ କଲେ…

ନୂଆଦିଲ୍ଲୀ,୮।୧୨: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ, ୨୦୦ରୁ ଅଧିକ ରନର ଟାର୍ଗେଟକୁ ବିଜୟୀ ଲକ୍ଷ୍ୟ ଭାବରେ ବିବେଚନା କରାଯାଏ। କିନ୍ତୁ ଗୋଟିଏ ମ୍ୟାଚରେ...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ଇଣ୍ଡିଗୋ ସଙ୍କଟ: ତତକାଳ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୮।୧୨: କ୍ରମାଗତ ସପ୍ତମ ଦିନ ପାଇଁ ବହୁ ସଂଖ୍ୟାରେ ଇଣ୍ଡିଗୋ ବିମାନ ବାତିଲ କରାଯାଉଛି। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ...

ଟେଷ୍ଟ-ଟି୨୦ କ୍ରିକେଟରୁ ଅବସର ପ୍ରତ୍ୟାହାର କରି ସମସ୍ତଙ୍କୁ ଚମକାଇଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଢାକା,୮।୧୨: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି,ସେ ବର୍ତ୍ତମାନ ତିନୋଟି...

ଚାଇନା ଯୁବତୀଙ୍କ ପ୍ରେମରେ ପଡିଲେ ଝାଡ଼ଖଣ୍ଡ ଯୁବକ, ଦେଶୀ ଷ୍ଟାଇଲରେ କଲେ ବିବାହ

ସାହିବଗଞ୍ଜ,୮।୧୨: ଏହି କାହାଣୀଟି କୌଣସି ବଲିଉଡ ଫିଲ୍ମଠାରୁ କମ ନୁହେଁ। ସେମାନେ ପ୍ରଥମେ ଚାଇନାରେ ଭେଟ ହୋଇଥିଲେ, ତା’ପରେ ଲଣ୍ଡନରେ ପାଠପଢ଼ା ସମୟରେ ବନ୍ଧୁତା ଗଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri