Categories: ଖେଳ

ଭାରତୀୟ ଦଳର ଏହି ଖେଳାଳି ହେବେ ଭବିଷ୍ୟତର କୋହଲି

ନୂଆଦିଲ୍ଲୀ, ୬।୬: ୨୦୧୯ କ୍ରିକେଟ ବିଶ୍ୱକପ୍‌ ଖେଳିବା ପାଇଁ ଭାରତୀୟ ଦଳ ଏବେ ଇଂଲଣ୍ଡରେ ଅଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଜିତି ମଧ୍ୟ ସାରିଛି। ଭାରତୀୟ ବିଶ୍ୱକପ୍‌ ଦଳର ସଦସ୍ୟ ଥିବା ଲୋକେଶ ରାହୁଲଙ୍କୁ ଭବିଷ୍ୟତର କୋହଲି ବୋଲି ସମ୍ବୋଧନ କରିଛନ୍ତି ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର। ଭାରତୀୟ ଦଳ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଦଳ। ଏଥର ବିଶ୍ୱକପ ହାତେଇବା ପାଇଁ ଭାରତ ପାଖରେ ସୁଯୋଗ ରହିଛି। ଦଳର ପ୍ରତି ଖେଳାଳିଙ୍କ ପାଖରେ ଦକ୍ଷତା ବି ଅଛି। ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ଦଳରେ ଅଛନ୍ତି। ତେଣୁ ଏଥର ବିଶ୍ୱକପର ପ୍ରମୁଖ ଦାବିଦାର ଦଳ ହେଉଛି ଭାରତ। ବିରାଟଙ୍କ ପରେ ଲୋକେଶ ରାହୁଲ ହିଁ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ ବୋଲି ସୋଏବ କହିଛନ୍ତି।

Share