Categories: ଖେଳ

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟ ପାରିବେନି ବୋଲି ଜଣପଡିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବାବେଳେ ନାଥନ କୁଲଟର୍‌ ନାଇଲ୍‌ଙ୍କ ଏକ ବଲ୍‌ ଧାଓ୍ବନଙ୍କ ଆଙ୍ଗୁଠିରେ ବାଜିଥିଲା। ଅସହ୍ୟ ଯନ୍ତ୍ରଣା ହେଉଥିଲେ ମଧ୍ୟ ସେ ୧୧୭ ରନର ପାଳି ଖେଳି ଭାରତୀୟ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇ ଥିଲେ। ଉକ୍ତ ମ୍ୟାଚ୍‌ ଫିଲ୍ମ ମଧ୍ୟ କରିବାକୁ ଆସି ନ ଥିଲେ ଧାଓ୍ବନ। ସ୍କାନ ପରେ ଅଙ୍ଗୁଠି ଫ୍ୟାକ୍‌ଚର୍‌ ହୋଇଯାଇଛି ବୋଲି ଜଣାପଡିଛି। ଫଳରେ ଡାକ୍ତରମାନେ ତାଙ୍କୁ ତିନି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

Share