ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ ଆମେରିକା ବଜାରରେ ଚାଉଳ ଗଦେଇବା ଉଚିତ ନୁହେଁ। ଟାରିଫ୍‌ ହିଁ ଏହି ସମସ୍ୟାର ସହଜ ସମାଧାନ ବୋଲି ଟ୍ରମ୍ପ୍‌ କହିଛନ୍ତି।
ସୋମବାର ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ କୃଷି ସେକ୍ଟରର ପ୍ରତିନିଧି, ଟ୍ରେଜେରି ସଚିବ ସ୍କଟ୍‌ ବେସେଣ୍ଟ, କୃଷି ସଚିବ ବ୍ରୁକ୍‌ ରୋଲିନ୍‌ଙ୍କ ସମେତ ତାଙ୍କ କ୍ୟାବିନେଟ ସଦସ୍ୟମାନଙ୍କ ସହ ଏକ ବୈଠକରେ ଏକାଠି ହୋଇଥିଲେ। ସେ ଦେଶର କୃଷକମାନଙ୍କ ପାଇଁ ୧୨ ବିଲିୟନ ଡଲାର ସଂଘୀୟ ସହାୟତା ଘୋଷଣା କରିଛନ୍ତି। ଅନ୍ୟ ଦେଶଗୁଡ଼ିକର ଚାଉଳ ଆମେରିକା ବଜାରରେ ଭର୍ତ୍ତି ହୋଇଯାଉଥିବାରୁ ଆମେରିକା ଦକ୍ଷିଣ ଭାଗର ଧାନଚାଷୀମାନେ ଅସୁବିଧାରେ ପଡ଼ୁଥିବା ଲୁଇସିଆନାର କେନେଡି ରାଇସ୍‌ ମିଲ୍‌ ସିଇଓ ମେରିଲ୍‌ କେନେଡି କହିଥିଲେ। ଭାରତ, ଚାଇନା ଏବଂ ଥାଇଲାଣ୍ଡ ଆମେରିକାକୁ ଅଧିକ ଚାଉଳ ରପ୍ତାନି କରୁଛନ୍ତି। ଆମେରିକାର ସର୍ବବୃହତ୍‌ ଚାଉଳ ବଜାର ପୁଏର୍ଟୋ ରିକୋକୁ ଚାଇନା ଅଧିକ ଚାଉଳ ପଠାଉଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଚଳିତବର୍ଷ ସେଠାକୁ ଚାଉଳ ପଠାଇପାରି ନାହାନ୍ତି ବୋଲି କେନେଡି କହିଥିଲେ। ତେଣୁ ଉପରୋକ୍ତ ଦେଶଗୁଡ଼ିକ ଉପରେ ଟାରିଫ୍‌ ଦୁଇଗୁଣ କରାଯିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଅଧିକ ଚାଉଳ ପଠାଇବା ପାଇଁ ଭାରତକୁ କାହିଁକି ଅନୁମତି ଦିଆଯାଉଛି ବୋଲି ଟ୍ରମ୍ପ୍‌ ବେସେଣ୍ଟଙ୍କୁ ପ୍ରଶ୍ନ କରିଥିଲେ। ଏହାର ସହଜ ସମାଧାନ ପାଇଁ ଭାରତ ଉପରେ ଟାରିଫ୍‌ ଲଗାଇବାକୁ ହେବ। ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମାମଲା ରହିଥିବା କେନେଡି ଟ୍ରମ୍ପ୍‌ଙ୍କୁ କହିଥିଲେ। ତେବେ ଟ୍ରମ୍ପ୍‌ଙ୍କ ଟାରିଫ୍‌ ଭାରତର ଚାଉଳ ବିଶେଷକରି ବାସମତି ରପ୍ତାନିକାରୀଙ୍କୁ ବିଶେଷ ପ୍ରଭାବିତ କରିବ ନାହିଁ। ବରଂ ଆମେରିକାର ବାସମତୀ ଚାଉଳ ଗ୍ରାହକମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ ବୋଲି ଅଖିଳ ଭାରତ ଚାଉଳ ରପ୍ତାନିକାରୀ ସଂଗଠନର ସାଧାରଣ ସମ୍ପାଦକ ଅଜୟ ଭାଲୋଟିଆ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri