ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ ଆମେରିକା ବଜାରରେ ଚାଉଳ ଗଦେଇବା ଉଚିତ ନୁହେଁ। ଟାରିଫ୍‌ ହିଁ ଏହି ସମସ୍ୟାର ସହଜ ସମାଧାନ ବୋଲି ଟ୍ରମ୍ପ୍‌ କହିଛନ୍ତି।
ସୋମବାର ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ କୃଷି ସେକ୍ଟରର ପ୍ରତିନିଧି, ଟ୍ରେଜେରି ସଚିବ ସ୍କଟ୍‌ ବେସେଣ୍ଟ, କୃଷି ସଚିବ ବ୍ରୁକ୍‌ ରୋଲିନ୍‌ଙ୍କ ସମେତ ତାଙ୍କ କ୍ୟାବିନେଟ ସଦସ୍ୟମାନଙ୍କ ସହ ଏକ ବୈଠକରେ ଏକାଠି ହୋଇଥିଲେ। ସେ ଦେଶର କୃଷକମାନଙ୍କ ପାଇଁ ୧୨ ବିଲିୟନ ଡଲାର ସଂଘୀୟ ସହାୟତା ଘୋଷଣା କରିଛନ୍ତି। ଅନ୍ୟ ଦେଶଗୁଡ଼ିକର ଚାଉଳ ଆମେରିକା ବଜାରରେ ଭର୍ତ୍ତି ହୋଇଯାଉଥିବାରୁ ଆମେରିକା ଦକ୍ଷିଣ ଭାଗର ଧାନଚାଷୀମାନେ ଅସୁବିଧାରେ ପଡ଼ୁଥିବା ଲୁଇସିଆନାର କେନେଡି ରାଇସ୍‌ ମିଲ୍‌ ସିଇଓ ମେରିଲ୍‌ କେନେଡି କହିଥିଲେ। ଭାରତ, ଚାଇନା ଏବଂ ଥାଇଲାଣ୍ଡ ଆମେରିକାକୁ ଅଧିକ ଚାଉଳ ରପ୍ତାନି କରୁଛନ୍ତି। ଆମେରିକାର ସର୍ବବୃହତ୍‌ ଚାଉଳ ବଜାର ପୁଏର୍ଟୋ ରିକୋକୁ ଚାଇନା ଅଧିକ ଚାଉଳ ପଠାଉଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଚଳିତବର୍ଷ ସେଠାକୁ ଚାଉଳ ପଠାଇପାରି ନାହାନ୍ତି ବୋଲି କେନେଡି କହିଥିଲେ। ତେଣୁ ଉପରୋକ୍ତ ଦେଶଗୁଡ଼ିକ ଉପରେ ଟାରିଫ୍‌ ଦୁଇଗୁଣ କରାଯିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଅଧିକ ଚାଉଳ ପଠାଇବା ପାଇଁ ଭାରତକୁ କାହିଁକି ଅନୁମତି ଦିଆଯାଉଛି ବୋଲି ଟ୍ରମ୍ପ୍‌ ବେସେଣ୍ଟଙ୍କୁ ପ୍ରଶ୍ନ କରିଥିଲେ। ଏହାର ସହଜ ସମାଧାନ ପାଇଁ ଭାରତ ଉପରେ ଟାରିଫ୍‌ ଲଗାଇବାକୁ ହେବ। ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମାମଲା ରହିଥିବା କେନେଡି ଟ୍ରମ୍ପ୍‌ଙ୍କୁ କହିଥିଲେ। ତେବେ ଟ୍ରମ୍ପ୍‌ଙ୍କ ଟାରିଫ୍‌ ଭାରତର ଚାଉଳ ବିଶେଷକରି ବାସମତି ରପ୍ତାନିକାରୀଙ୍କୁ ବିଶେଷ ପ୍ରଭାବିତ କରିବ ନାହିଁ। ବରଂ ଆମେରିକାର ବାସମତୀ ଚାଉଳ ଗ୍ରାହକମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ ବୋଲି ଅଖିଳ ଭାରତ ଚାଉଳ ରପ୍ତାନିକାରୀ ସଂଗଠନର ସାଧାରଣ ସମ୍ପାଦକ ଅଜୟ ଭାଲୋଟିଆ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୦ବର୍ଷର ନାବାଳିକା ସହିତ କନଷ୍ଟେବଳଙ୍କ ବର୍ବରତା; ପଞ୍ଜରା ହାଡ଼-ଦାନ୍ତ ଭାଙ୍ଗିଦେଇଥିଲେ, ହିମୋଗ୍ଲୋବିନ୍..

ଉତ୍ତର ପ୍ରଦେଶର ନୋଏଡାରେ ଜଣେ ଦଶ ବର୍ଷୀୟ ଝିଅ ଜୀବନ ସହିତ ସଂଘର୍ଷ କରୁଛି । ସେ ଗୁରୁତର ଅବସ୍ଥାରେ ଏବଂ ଭେଣ୍ଟିଲେଟରରେ ଅଛି ।...

Gold-Silver Price:ରେକର୍ଡ ଭାଙ୍ଗିଲା ସୁନା, ଚାନ୍ଦି ବି ୩ ଲକ୍ଷ ଉପରେ, କ’ଣ ରହିଛି ଗ୍ରୀନଲାଣ୍ଡ ସହ ସମ୍ପର୍କ? ଜାଣନ୍ତୁ

ନୂଆଦିଲ୍ଲୀ,୧୯।୧: ସୁନା ଏବଂ ରୂପା ମୂଲ୍ୟ ହ୍ରାସ ସମ୍ପର୍କରେ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ଉଭୟ ମୂଲ୍ୟବାନ ଧାତୁ ନିରନ୍ତର...

ଗ୍ରୀନଲାଣ୍ଡକୁ ନେଇ ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡ ସମ୍ପର୍କରେ ଡେନମାର୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମୟରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି...

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ଭତ୍ତା ମିଳୁନାହିଁ , ଅବସର ବୟସକୁ ନେଇ ରଖିଲେ ଦାବି

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ବନ ବିହାର ପରିସରରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ସଙ୍ଘର...

ପ୍ରେମ ସମ୍ପର୍କରେ ଫାଟ: ୭ ବର୍ଷ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ପ୍ରେମିକା କହିବେ ସବୁ…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ୭ ବର୍ଷ ତଳେ ଚନ୍ଦକା ଥାନା ଅଞ୍ଚଳରୁ ନିଖୋଜ ବ୍ୟବସାୟୀ ବଳରାମ ସାହାଣୀଙ୍କର ଏଯାଏ ପତ୍ତା ମିଳିନି। ହେଲେ ଏହି ମାମଲାରେ ୫ଦିନ...

Budget 2026 Expectations: ଏଥର ବଜେଟରେ ମହିଳା, ଯୁବପିଢ଼ି ଏବଂ ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଉପରେ ଧ୍ୟାନ ଦିଆଯିବ, ବଜେଟରୁ କ’ଣ ଆଶା ରହିଛି ଜାଣନ୍ତୁ

ନୂଆଦିଲ୍ଲୀ,୧୯।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ରବିବାର, ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର ନବମ ବଜେଟ...

ଚାଇନା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୨ ମୃତ ୮୪ ଆହତ

ବେଜିଂ,୧୯।୧: ପଶ୍ଚିମ ଚାଇନାର ଆଭ୍ୟନ୍ତରୀଣ ମଙ୍ଗୋଲିଆ ସ୍ବୟଂଶାସିତ ଅଞ୍ଚଳର ବାଓଟୋଉ ସହରରେ ରବିବାର (ଜାନୁଆରୀ ୧୮) ଏକ ଷ୍ଟିଲ ପ୍ଲାଣ୍ଟରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା।...

ପାଳନ ହେଉନି ଏନ୍‌ଜିଟି ନିର୍ଦ୍ଦେଶ : ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

ପୁରୀ,୧୯ା୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରସଙ୍ଗରେ ଏନ୍‌ଜିଟିର ନିର୍ଦ୍ଦେଶକୁ ପ୍ରଶାସନ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏନ୍‌ଜିଟିର ନିର୍ଦ୍ଦେଶ ସତ୍ତ୍ୱେ ଅଳିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri