Categories: ଖେଳ

ଭାରତୀୟ କ୍ରିକେଟ ଦଳର ସଙ୍କଟମୋଚକ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ଭେରି ଭେରି ସ୍ପେଶାଲ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ମସିହା ନଭେମ୍ବର ୧ ତାରିଖରେ ସେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୂରା ନାମ ହେଉଛି ଭାଙ୍ଗିପୁରପୁ ଭେଙ୍କଟ ସାଇ ଲକ୍ଷ୍ମଣ। କିନ୍ତୁ ସାଥି ଖେଲାଳିମାନେ ତାଙ୍କୁ ନାଁ ଭେରି ଭେରି ସ୍ପେଶାଲ ଲକ୍ଷ୍ମଣ ଦେଇଥିଲେ। ସେ ଭାରତୀୟ ଦଳ ପାଇଁ ଅନେକ ମ୍ୟାଚରେ ସଙ୍କଟମୋଚକ ସାବ୍ୟସ୍ତ ହୋଇଥିଲେ। ସେ କୋଲକତାରେ କ୍ୟାରିୟରର ସବୁଠୁ ସ୍ବତନ୍ତ୍ର ପାଳି ଖେଳିଥିଲେ। ୨୮୧ ରନର ତାଙ୍କ ପାଳି ଯୋଗୁ ଭାରତ ନିଶ୍ଚିତ ପରାଜୟ ବର୍ତ୍ତିଥିଲା। ସେବେଠୁ ସେ ଭେରି ଭେରି ସ୍ପେଶାଲ ଲକ୍ଷ୍ମଣ ନାମରେ ପରିଚିତ ହାସଲ କରିଥିଲେ। ସେ ଭାରତ ପକ୍ଷରୁ ୧୩୪ଟି ଟେଷ୍ଟ ଖେଳି ୮୭୮୧ ଏବଂ ୮୬ଟି ଏକଦିବସୀୟ ମ୍ୟାଚରୁ ୨୩୩୮ ରନ୍‌ କରିଥିଲେ। ଟେଷ୍ଟ ୧୭ଟି ଏବଂ ଏକଦିସୀୟ ମ୍ୟାଚରେ ୬ଟି ଶତକ ହାସଲ କରିଥିଲେ ଲକ୍ଷ୍ମଣ।

Share