ଭାରତୀୟ କ୍ରିକେଟ ଦଳର ଜର୍ସିରେ ଅନୁଷ୍କା ଶର୍ମା

ବଲିଉଡ୍‌ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଅନେକ ଦିନ ବ୍ୟବଧାନ ପରେ ଫିଲ୍ମ ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂ ସେଟ୍‌ରେ ତାଙ୍କୁ ଭାରତୀୟ କ୍ରିକେଟ ଦଳର ଜର୍ସି ପିନ୍ଧିଥିବାର ଦେଖାଯାଇଛି। ତେବେ ଶୁଟିଂ ସେଟ୍‌ରେ ସେ ଭାରତୀୟ ଦଳର ଜର୍ସି ପିନ୍ଧିଥିବାରୁ ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ସେ ଆଗାମୀ ଫିଲ୍ମରେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଝୁଲନ ଗୋସ୍ବାମୀଙ୍କ ବାଓପିକ୍‌ରେ ନଜରକୁ ଆସିବେ। କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଫିଲ୍ମର ପ୍ରୋମୋ ଶୁଟ୍‌ ଆରମ୍ଭ ହୋଇଛି। ଶୁଟିଂବେଳେ ଅନୁଷ୍କା ଝୁଲନ୍‌ ଗୋସ୍ବାମୀଙ୍କ ନଜରକୁ ଆସିଥିଲେ। ଶେଷଥର ପାଇଁ ଅନୁଷ୍କା ୨୦୧୮ରେ ଫିଲ୍ମ ‘ଜିରୋ’ରେ ଆସିଥିଲେ। ଏହାପରେ ସେ ଆଉ କୌଣସି ଫିଲ୍ମ ସାଇନ୍‌ କରି ନ ଥିଲେ।

Share