Categories: ଖେଳ

ଭାରତୀୟ କ୍ରିକେଟ ଟିମ୍‌ ବସ୍‌ରେ ସ୍ବଚ୍ଛ ଭାରତର ବାର୍ତ୍ତା

ଇନ୍ଦୋର,୧୨।୧୧: ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ଇନ୍ଦୋରରେ ପହଞ୍ଚିଛନ୍ତି। ନାଗପୁରରୁ ଆସି ସ୍ବତନ୍ତ୍ର ବିମାନ ଯୋଗେ ଦେବୀ ଅହଲ୍ୟାବାଈ ହୋଲକାର ବିମାନବନ୍ଦରରେ ଦୁଇ ଦଳ ପହଞ୍ଚିଛନ୍ତି। ଏଠାରୁ ଦୁଇ ଦଳର ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ବସ୍‌ରେ ହୋଟେଲକୁ ନିଆଯାଇଥିଲା। ଏହି ବସ୍‌ରେ ଖେଳାଳିଙ୍କ ଫଟୋ ଥିବାବେଳେ ସ୍ବଚ୍ଛ ଭାରତର ବାର୍ତ୍ତା ମଧ୍ୟ ସେଥିରେ ଲେଖାଯାଇଥିଲା। ଏହି ବସ୍‌ରେ ଏବେ ଖେଳାଳି ପଡିଆକୁ ଅଭ୍ୟାସ କରିବାକୁ ଆସିବେ ବୋଲି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନିଜ ଫେଭରାଇଟ କ୍ରିକେଟରଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା।

Share