Categories: ଜାତୀୟ

ଭାରତୀୟ କ୍ରିକେଟ ଟିମ୍‌ର ପରାଜୟ ପରେ କଶ୍ମୀରଘାଟିରେ ଉତ୍ସବ ମନାଇଲେ ବିଚ୍ଛିନ୍ନତାବାଦୀ

ଶ୍ରୀନଗର,୧୧।୭: ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ କ୍ରିକେଟ ଦଳର ପରାଜୟ ପରେ ଜମ୍ମୁ କଶ୍ମୀର ଅଞ୍ଚଳରେ ଉତ୍ସବ ପାଳନ କରାଯାଇଛି। କଶ୍ମୀର ଘାଟିରେ କେତେକ ବିଚ୍ଛିନ୍ନତାବାଦୀ ରାସ୍ତା ଉପରେ ବାଣ ଫୁଟାଇବା ସହ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଶ୍ରୀନଗର ସହିତ ପୁଲଓ୍ବାମା, ଅନନ୍ତନାଗ ଓ ସୋପିଆନ୍‌ ଅଞ୍ଚଳରେ ବାଣ ଫୁଟାଇ ଖୁସି ମନାଉଥିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ସ୍ଥାନରେ ଉତ୍ସବ ମନାଉଥିବା କିଛି ଯୁବକଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ। ପୋଲିସ ଏନେଇ ସେମାନଙ୍କ ନଁ।ରେ ଏକ ମାମଲା ରୁଜୁ କରିବା ସହ ସିସିଟିଭିକୁ ଆଧାର କରି ତଦନ୍ତ ଜାରି ରଖିଛି।

Share