Categories: ଖେଳ

ଭାରତୀୟ କ୍ରିକେଟ ଖେଳାଳିଙ୍କ ନିକ୍‌ ନେମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସମସ୍ତଙ୍କ ଭଳି କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟ ଡାକ ନାମ(ନିକ୍‌ ନେମ୍‌) ରହିଛି। ପଡିଆରେ ଖେଳାଳିମାନେ ଡାକ ନାମରେ ହିଁ କଥାବାର୍ତ୍ତା ହୋଇଥାନ୍ତି। ଜାଣନ୍ତୁ କେଉଁ ଖେଳାଳିଙ୍କ କ’ଣ ନାମ ରହିଛି।

ବିରାଟ କୋହଲି: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଖେଳାଳିମାନେ ‘ଚିକୁ’ ବୋଲି ଡାକିଥାନ୍ତି।

ମହେନ୍ଦ୍ର ସିଂ ଧୋନୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମାହି ବୋଲି ଡାକିଥାନ୍ତି।

ରୋହିତ ଶର୍ମା: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶାନା ନାମରେ ପରିଚିତ।

ଅଜିଙ୍କେ ରାହାଣେ: ରାହାଣେଙ୍କୁ ସାଥୀ ଖେଳାଳି ଅଜୁ ବୋଲି ଡାକନ୍ତି।

ଶିଖର ଧାଓ୍ବନ: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ ଜ୍ୟାଟ୍‌ ନାମରେ ପରିଚିତ।

ସୁରେଶ ରାଇନା: ରାଇନାଙ୍କୁ ସାଥୀ ଖେଳାଳି ସୋନୁ ବୋଲି ଡାକନ୍ତି।

ସଚିନ ତେନ୍ଦୁଲକର:ତେନ୍ଦୁଲକରଙ୍କୁ ସମସ୍ତେ ସଚିନ ପାଜି ବୋଲି ଡାକନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାଥୀ ଖେଳାଳି ହ୍ୟାରି ବୋଲି ଡାକିଥାନ୍ତି।

ରବିଚନ୍ଦ୍ରନ ଅଶ୍ୱିନ: ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଶ୍‌ ନାମରେ ପରିଚିତ।

Share