Categories: ଖେଳ

ଭାରତୀୟ କ୍ରିକେଟର୍ସଙ୍କ ଅନ୍ଧବିଶ୍ୱାସ:କେମିତି ବାଛନ୍ତି ଜର୍ସି ନଂ ଜାଣନ୍ତୁ

କେବଳ ଭାରତୀୟମାନେ ନୁହେଁ, ଦେଶର କ୍ରିକେଟ ଖେଲାଳିମାନେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥାନ୍ତି। ଏହାର ନମୁନା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ। କେତେବେଳେ ଖେଳାଳିମାନେ ମ୍ୟାଚ୍‌ ଜିତିବା ପୂର୍ବରୁ ଖାଲି ପାଦରେ ବସିଥାନ୍ତି ତ ଆଉ କିଛି ଖେଳାଳି ମ୍ୟାଚ୍‌ ଦେଖିବା ବନ୍ଦ କରିଦିଅନ୍ତି। ସେମିତି ଭାରତୀୟ ଖେଳାଳିମାନେ ନିଜ ଜର୍ସି ନମ୍ବର ମଧ୍ୟ ଚୟନ କରିଥାନ୍ତି।
ଟି-ସାର୍ଟ ପଛରେ ନମ୍ବର ରହିବା ପ୍ରଥାଟି ୧୯୯୯ ମସିହା ବିଶ୍ୱକପ ମ୍ୟାଚରୁ ଆରମ୍ଭ ହୋଇଥିଲା। ସେତେବେଳେ କ୍ୟାପଟେନ ୧ ନମ୍ବର ଥିବା ଜର୍ସି ପିନ୍ଧୁଥିବା ବେଳେ ଅନ୍ୟ ଖେଳାଳି ମାନେ ୨ ରୁ ୧୫ ନମ୍ବର ଥିବା ଜର୍ସି ପିନ୍ଧୁଥିଲେ। କିନ୍ତୁ ଏବେ ଖେଳାଳିମାନେ ନିଜ ମନ ପସନ୍ଦର ନମ୍ବର ଥିବା ଜର୍ସି ପିନ୍ଧି ପଡିଆକୁ ଓହ୍ଲାଉଛନ୍ତି।

ମହେନ୍ଦ୍ର ସିଂ ଧୋନି: ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ୭ ନମ୍ବର ଜର୍ସି ପିନ୍ଧି ସେ ପଡିଆକୁ ମଧ୍ୟକୁ ଓହ୍ଲାଇଥାନ୍ତି। ତେବେ ତାଙ୍କ ଜର୍ସି ପଛରେ କାହିଁକି ୭ ନମ୍ବର ଥାଏ ଜାଣିଛନ୍ତି କି? କାରଣ ଧୋନି ଜୁଲାଇ ୭ରେ ଜନ୍ମ ହୋଇଥିଲେ।

ବିରାଟ କୋହଲି: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜର୍ସିର ନମ୍ବର ୧୮। କୋହଲିଙ୍କ ପିତାଙ୍କ ଦେହାନ୍ତ ୨୦୦୬ ଡିସେମ୍ବର ୧୮ରେ ହୋଇଥିଲା। ପିତାଙ୍କ ସ୍ମୃତିକୁ ସର୍ବଦା ମନେ ରଖିବା ପାଇଁ କୋହଲି ଲକି ନମ୍ବର ଭାବେ ୧୮କୁ ବାଛି ନେଇଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ଆଇପିଏଲ ପରିଚୟ ଦେଇଛି। ତାଙ୍କ ନୀଳ ଜର୍ସିର ନମ୍ବର ହେଉଛି ୨୨୮। ଘରୋଇ କ୍ରିକେଟ ମ୍ୟାଚରେ ହାର୍ଦ୍ଦିକଙ୍କ ବେଷ୍ଟ ସ୍କୋର ୨୨୮ ତେଣୁ ସେ ଏହି ନମ୍ବରକୁ ଲକି ନମ୍ବର ମାନିଥାନ୍ତି।

ଆର. ଅଶ୍ୱିନ: ଅଶ୍ୱିନଙ୍କ ଜର୍ସି ପଛରେ ଥିବା ନମ୍ବରକୁ ବହୁତ ଭାବିଚିନ୍ତି ବାଛିଛନ୍ତି। ସେ ସ୍କୁଲରେ ପଢୁଥିବା ବେଳେ ତାଙ୍କର ଶ୍ରେଣୀର ରୋଲ ନମ୍ବର ଥିଲା ୯। ଏଥିସହିତ ତାଙ୍କ ବେଷ୍ଟ ଫ୍ରେଣ୍ଡ ପାର୍ଥିବ ପଟେଲଙ୍କ ଜର୍ସି ନମ୍ବର ମଧ୍ୟ ୯। ଏହି ଦୁଇ ନମ୍ବରକୁ ଯୋଡି ଅଶ୍ୱିନ ତାଙ୍କ ଜର୍ସିର ନମ୍ବର ୯୯ ରଖିଛନ୍ତି।

Share