ଭାରତୀୟ କଏଦିଙ୍କ ତାଲିକା ହସ୍ତାନ୍ତର କଲା ପାକିସ୍ତାନ

ଇସଲାମାବାଦ,୧।୭: ପାକିସ୍ତାନ ଜେଲରେ ବନ୍ଦିଥିବା ପ୍ରାୟ ୨୬୧ ଜଣ କଏଦିଙ୍କର ଏକ ତାଲିକା ପାକିସ୍ତାନ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନଙ୍କୁ ହସ୍ତାନ୍ତର କରିଛି। ଏମାନଙ୍କ ମଧ୍ୟରୁ ୫୨ ସାଧାରଣ ନାଗରିକ ହୋଇଥିବା ବେଳେ ୨୦୯ ମତ୍ସଜୀବି ଅଛନ୍ତି। ସୂଚନାଯୋଗ୍ୟ, ୨୦୦୮ରେ ହୋଇଥିବା ଚୁକ୍ତି ଅନୁଯାୟୀ ଭାରତ ଓ ପାକିସ୍ତାନ ବର୍ଷକୁ ୨ ଥର ଉଭୟ ଦେଶରେ ଥିବା କଏଦୀମାନଙ୍କର ତାଲିକା ଅଦଳ ବଦଳ କରିଥାଆନ୍ତି। ଜାନୁୟାରୀ ୧ ଓ ଜୁଲାଇ ୧ରେ ଏହା ଅଦଳ ବଦଳ କରାଯାଇଥାଏ। ସୋମବାର ଜୁଲାଇ ୧ ତାରିଖ ଥିବାରୁ ପାକିସ୍ତାନ ଏହି ତାଲିକା ହସ୍ତାନ୍ତର କରିଛି। ଭାରତରେ ଥିବା ପାକିସ୍ତାନୀ କଏଦୀଙ୍କ ତାଲିକା ମଧ୍ୟ ଭାରତ ପାକିସ୍ତାନ ହାଇକମିଶନଙ୍କୁ ହସ୍ତାନ୍ତର କରିବ।

Share