ଭାରତୀଙ୍କ ପାଟିରୁ ବିସ୍କୁଟ ଖାଇଲା କୁକୁର

ଲକ୍‌ଡାଉନ ସମୟରେ କମେଡିଆନ୍‌ ଭାରତୀ ସିଂ ଦର୍ଶକଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି । ନିକଟରେ ସେ ଏକ ଭିଡିଓକୁ ଶେୟାର କରିଛନ୍ତି। ଭିଡିଓଟିରେ ଭାରତୀ ନିଜେ ଖାଉଥିବା ବିସ୍କୁଟକୁ ପାଟିରେ ରଖି କୁକୁରକୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳୁଛି। ଭାରତୀଙ୍କ ଏଭଳି ମଜାଦାର ଭିଡିଓକୁ ଦେଖି ଫ୍ୟାନ୍ସମାନେ ମନୋରଞ୍ଜନ କରିବା ସହିତ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ଭିଡିଓଟିକୁ ଫ୍ୟାନ୍ସମାନଙ୍କ ସହ ଶେୟାର କରି ଭାରତୀ କହିଛନ୍ତି, ‘ମୁଁ ଏହି ପିଲାମାନଙ୍କୁ ବହୁତ ପସନ୍ଦ କରେ, ଏମାନେ କେବଳ ଭଲପାଇବା ଆଶା କରନ୍ତି’। ଭାରତୀ ଏବେ ‘ଦ କପିଲ ଶର୍ମା’ ଶୋ’ରେ ଅଭିନୟ କରୁଛନ୍ତି।

Share