ଭାରତର ୨୯ ରାଜ୍ୟରେ ୧,୬୫୭ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟାବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ପ୍ରତିିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶର ୨୯ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୬୫୭ରେ ପହଞ୍ଚିଛି। ଗୋଟିଏ ଦିନରେ ମଙ୍ଗଳବାର ସଂକ୍ରମିତଙ୍କ ସଂଖ୍ୟା ୨୭୨ ବଢ଼ିଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ୬୪, ତାମିଲନାଡୁରେ ୫୭, ମଧ୍ୟପ୍ରଦେଶରେ ୧୯ ଏବଂ ତେଲେଙ୍ଗାନାରେ ୧୫ ଜଣ ନୂଆ ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରେ ୧,୨୩୮ ଆକ୍ଟିଭ୍‌ ମାମଲା ଥିବାବେଳେ ୨୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କୁହାଯାଉଛି।

Share