Categories: ଜାତୀୟ

ଭାରତର ସବୁଠୁ ଭରସାଯୋଗ୍ୟ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ

ନୂଆଦିଲ୍ଲୀ, ୨୧।୫: ଟିଆରଏ ରିସର୍ଚ୍ଚ ପକ୍ଷରୁ ଭାରତର ସବୁଠାରୁ ଭରସାଯୋଗ୍ୟ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଖେଳ, ସିନେମା ଏବଂ ବିଜନେସ୍‌ର ୩୯ଜଣ ସେଲିବ୍ରିଟି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସିନେମାରେ ଭାରତର ସବୁଠୁ ଭରସାଯୋଗ୍ୟ ସେଲିବ୍ରିଟି ତାଲିକାର ସର୍ବାଗ୍ରେ ଅଛନ୍ତି ବଲିଉଡ ମହାନାୟକ ଅମିତାଭ ବଚ୍ଚନ। ଏହି ତାଲିକାର ଦ୍ୱିତୀୟରେ ଅମିର ଖାନ୍‌, ତୃତୀୟରେ ସଲମାନ ଖାନ, ଚତୁର୍ଥରେ ଅକ୍ଷୟ କୁମାର ଏବଂ ଶାହାରୁଖ୍‌ ଖାନ୍‌ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିଭଳି ମହିଳା ସେଲିବ୍ରିଟିଙ୍କ ତାଲିକାରେ ଦୀପିକା ପାଦ୍ୟୁକୋନ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ କ୍ୟାଟ୍ରିନା କୈଫ ଦ୍ୱିତୀୟ, ମାଧୁରୀ ଦିକ୍ଷିତ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ଖେଳ ଜଗତରେ ସବୁଠୁ ଭରସାଯୋଗ୍ୟ ସେଲିବ୍ରିଟି ତାଲିକାର ପ୍ରଥମ ସ୍ଥାନ ହାସଲ କରିଛନ୍ତି ବିରାଟ କୋହଲି। ସଚିନ ତେନ୍ଦୁଲକର ଦ୍ୱିତୀୟ ଏବଂ ରୋହିତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ବିଜନେସ୍‌ରେ ରତନ ଟାଟା ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟରେ ଅଛନ୍ତି ଓ୍ବାଲ୍ଟ ଡିଜନୀ। ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ବିଲ୍‌ ଗେଟସ୍‌ ଏବଂ ଚତୁର୍ଥରେ ଅଛନ୍ତି ରିଲାଏନ୍ସ ପ୍ରମୁଖ ମୁକେଶ ଅମ୍ବାନୀ।

Share