ଭାରତର ବିଜ୍ଞାନ ଅଭିମୁଖୀ ଜନଯାତ୍ରା: ସାମିଲ ହେଲେ ବୈଜ୍ଞାନିକ, ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ଭୁବନେଶ୍ୱର ସମେତ ଦେଶର ପ୍ରାୟ ୮୦ଟି ସହରରେ ହଜାର ହଜାର ସଂଖ୍ୟାରେ ବୈଜ୍ଞାନିକ, ଗବେଷକ ତଥା ବିଜ୍ଞାନପ୍ରେମୀ ଛାତ୍ରୀଛାତ୍ରଙ୍କ ସହ ‘ଭାରତର ବିଜ୍ଞାନ ଅଭିମୁଖୀ ଜନଯାତ୍ରା’ ପାଳନ କରିଛନ୍ତି। ଜନଗଣ ସମାଜର ବୈଜ୍ଞାନିକ ଚିନ୍ତାର ପ୍ରଚାର-ପ୍ରସାର କରିବା ଓ ପ୍ରଚଳିତ ନାନାବିଧ ବିଭିନ୍ନ ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଏହି ଜନଯାତ୍ରାର ଆୟୋଜନ କରାଯାଇଛି। ଶୁକ୍ରବାର ଏ ପରିପ୍ରେକ୍ଷୀରେ ଆଇଓପି, ନାଇଜର, ଆଇଆଇଟି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ବହୁ ବୈଜ୍ଞାନିକ ଏବଂ ଗବେଷକମାନଙ୍କ ସହ ସହରର ବହୁ ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଶହ ଶହ ସଂଖ୍ୟାରେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଆଇନଷ୍ଟାଇନ, ସି.ଭି ରମଣ, ମେଘନାଦ ଶାହା, ମ୍ୟାଡାମ କ୍ୟୁରି ଓ ଷ୍ଟିଫେନ୍‌ ହକିଂଙ୍କ ପରି ବହୁ ପ୍ରକ୍ଷାତ ବୈଜ୍ଞାନିକଙ୍କର ଫଟୋଚିତ୍ର ଓ ଉଦ୍ଧୃତି ସମ୍ବଳିତ ପୋଷ୍ଟରମାନ ଧରି ପିଲାମାନେ ବିଜ୍ଞାନକୁ ଏକ ଉତ୍ସବ ଭାବେ ପାଳନ କରିବାର ଦେଖାଯାଇଥିଲା। ଶୋଭାଯାତ୍ରା ରାମ ମନ୍ଦିର ଛକରୁ ବାହାରି ସଙ୍ଗୀତ ମହାବିଦ୍ୟାଳୟରେ ପହଞ୍ଚତ୍ବା ପରେ ସେଠାରେ ସଭାର ଆୟୋଜନ କରାଯାଇଥିଲା।
ଏଠାରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଥମେଟିକ୍ସର ପୂର୍ବତନ ଅଧ୍ୟକ୍ଷ ସ୍ବାଧୀନ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫେସର ବୀରେନ୍ଦ୍ର ନାୟକ, ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ବୈଜ୍ଞାନିକ ପ୍ରଫେସର ଅଜିତ ଶ୍ରୀବାସ୍ତବ, ପ୍ରଫେସର ବିଜୁ ରାଜଶେଖର, ପ୍ରଫେସର ଶୁଭାଶିଷ ବସାକ୍‌, ପ୍ରଫେସର ଏଲ୍‌.ପି.ସିଂହ ପ୍ରମୁଖ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ ସିଦ୍ଧାର୍ଥ ଭରଦ୍ୱାଜ ଏହି ସଭାକୁ ପରିଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri