Categories: ଜାତୀୟ

ଭାରତର ପାକିସ୍ତାନ ଓ୍ବାଲି ଗଳିର ନାମ ପରିବର୍ତ୍ତନ ପାଇଁ ମୋଦିଙ୍କୁ ଚିଠି

ନୂଆଦିଲ୍ଲୀ,୩୧।୭: ଭାରତରେ ରହିଛି ପାକିସ୍ତାନ ଓ୍ବାଲି ଗଳି ନାମରେ ଏକ କଲୋନୀ। ଏହି କଲୋନୀ ଗ୍ରେଟର ନୋଏଡ଼ାଠାରେ ରହିଛି। ଏହାର ନାମ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନ ସବୁବେଳେ ଦୁଃଖ। କଲୋନୀର ନାମ ପରିବର୍ତ୍ତନ ପାଇଁ ଏଠାକାର ବାସିନ୍ଦା ଏବେ ଅଣ୍ଟା ଭିଡ଼ିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଏନେଇ ଚିଠି ଲେଖିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଚିଠି ଲେଖା ଯାଇଛି। ଭାରତ-ପାକିସ୍ତାନ ବିଭାଜନ ସମୟରେ ପାକିସ୍ତାନରୁ ଆସିଥିବା ୪ ଲୋକଙ୍କୁ ଚିହ୍ନଟ କରିବା ଲାଗି ଏହାର ନାମ ଏପରି ରଖାଯାଇଥିଲା। ସେବେଠାରୁ ଏହି ନାମ ରହିଆସିଥିବା ଲୋକେ କୁହନ୍ତି। ଏଠାକାର ସମସ୍ତ ବାସିନ୍ଦାଙ୍କ ଆଧାର କାର୍ଡରେ ମଧ୍ୟ ଠିକଣାସ୍ଥାନରେ ଏଭଳି ଲେଖା ଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଶୀଘ୍ର ପଦକ୍ଷେପ ଗ୍ରହଣ ଉପରେ ସ୍ଥାନୀୟ ଲୋକେ ଚିଠିରେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଏଠାରେ ୬୦ରୁ ୭୦ ପରିବାର ବାସ କରୁଛନ୍ତି।

Share