Categories: ଖେଳ

ଭାରତର ପରାଜୟ ପରେ ଜୀବନ ହାରିଲେ ଦର୍ଶକ

ନୂଆଦିଲ୍ଲୀ, ୧୨।୭- ଚଳିତ ଆଇସିସି ବିଶ୍ୱକପର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ଏହି ପରାଜୟ ପରେ ଭାଙ୍ଗିପଡିଛନ୍ତି ଦର୍ଶକ। ହିମାଚଳ ପ୍ରଦେଶର ହମିରପୁରରେ ଜଣେ ବ୍ୟକ୍ତି ଦୃଦଘାତରେ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ରାକେଶ। ସେ ବିଦ୍ୟୁଦ ବିଭାଗରେ ଚାକିରି କରୁଥିଲେ। ମ୍ୟାଚ୍‌ ଦିନ ରାକେଶ ନିଜ ରୁମ୍‌ରେ ବସି ମ୍ୟାଚ୍‌ ଦେଖୁଥିଲେ। ଭାରତ ହାରିବା ପରେ ହଠାତ୍‌ ସେ ତଳେ ଗଳିପଡିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Share