‘ଭାରତର ପଦକ୍ଷେପ ଶାନ୍ତିଭଙ୍ଗ କରିବ’

ଇସ୍‌ଲାମାବାଦ,୧୩-୯(ପି.ଟି.): ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନୂଆଦିଲ୍ଲୀ ଭାରତୀୟ ସମ୍ବିଧାନ ଓ ଶିମ୍‌ଲା ଚୁକ୍ତିକୁ ଉଲ୍ଲଂଘନ କରିଛି । କଶ୍ମୀରରେ ଭାରତର ପଦକ୍ଷେପ କ୍ଷେତ୍ରୀୟ ଶାନ୍ତି ପାଇଁ ବିପଦ ବୋଲି ଗୁରୁବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଓ୍ବି ସମାଲୋଚନା କରିଛନ୍ତି। କଶ୍ମୀରର ଲୋକମାନଙ୍କୁ ପାକିସ୍ତାନ ନୈତିକ ସମର୍ଥନ ଦେବା ବଜାୟ ରଖିବ ବୋଲି ସେ କହିଛନ୍ତି।

Share