ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି। ତେବେ ଏହି ନବରାତ୍ରିର ମୁଖ୍ୟ ଆକର୍ଷଣୀୟ ହେଉଛି ଦଶହରା। ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବକୁ ଦଶମୀ ବା ଦଶହରା ଭାବେ ପାଳନ କରାଯାଏ। ନବରାତ୍ରିର ୯ଦିନ ପୂରା ହେବା ପରେ ଦଶମୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ରାବଣଙ୍କୁ ବଧ କରି ମାତା ସୀତାଙ୍କୁ ତାଙ୍କ କବଳରୁ ଉଦ୍ଧାର କରିଥିଲେ। ଦଶାନନ ରାବଣ ଖ୍ୟାତନାମା ବିଦ୍ୱାନ୍‌ ଥିଲେ। କିନ୍ତୁ ସୀତାଙ୍କୁ ହରଣ କରିବା ପରେ ସମସ୍ତେ ତାଙ୍କୁ ରାକ୍ଷସ ବୋଲି ବିବେଚନା କରିଥିଲେ। ହେଲେ ତାଙ୍କର ବିଦ୍ୱାନତା ଯୋଗୁ ଭାରତର ଏଭଳି ସ୍ଥାନ ରହିଛି, ଯେଉଁଠାରେ ରାବଣଙ୍କ ମନ୍ଦିର ରହିଥିବା ବେଳେ ତାଙ୍କୁ ଭଗବାନ ରୂପେ ପୂଜା କରାଯାଏ।
କୋଲାର: କର୍ନାଟକ କୋଲାରର ମାଲବଲ୍ଲୀରେ ରାବଣଙ୍କ ଏକ ମନ୍ଦିର ରହିଛି। ରାବଣ ଭଗବାନ ଶିବଙ୍କ ପରମ ଭକ୍ତ ଥିବା ଯୋଗୁ କୋଲାରରେ ରାବଣଙ୍କ ପୂଜା କରାଯାଏ। କୋଲାରରେ ଲଙ୍କେଶ୍ୱର ମହୋତ୍ସବ ସମୟରେ ରାବଣଙ୍କର ପୂଜାର୍ଚ୍ଚନା କରାଯାଇ ତାଙ୍କର ଏକ ଶୋଭାଯାତ୍ରା ବାହାରିଥାଏ। ଏହି ଶୋଭାଯାତ୍ରାରେ ରାବଣଙ୍କ ସହ ଭଗବାନ୍‌ ଶିବଙ୍କ ମୂର୍ତ୍ତିକୁ ମଧ୍ୟ ସହର ପରିକ୍ରମା କରାଯାଇଥାଏ।
ବିଦିଶା: ମଧ୍ୟପ୍ରଦେଶ ରାଜ୍ୟ ବିଦିଶାରେ ରାବଣଙ୍କ ସ୍ତ୍ରୀ ମନ୍ଦୋଦରୀଙ୍କ ଜନ୍ମସ୍ଥାନ। ଏଠାରେ ରାବଣଙ୍କ ୧୦ ଫୁଟ ଉଚ୍ଚତାର ଏକ ପ୍ରତିମା ରହିଛି। ବିଦିଶାରେ ଲୋକମାନେ ଦଶହରା ଦିନ ରାବଣଙ୍କୁ ପୂଜା କରିଥାନ୍ତି। ଏଥିସହ ବିବାହ କାର୍ଯ୍ୟ ହେଉ କି ଅନ୍ୟ ଶୁଭକାର୍ଯ୍ୟରେ ଲୋକେ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି।
ମନ୍ଦସୌର: ମଧ୍ୟପ୍ରଦେଶର ମନ୍ଦସୌରରେ ତିଆରି ହୋଇଥିବା ପ୍ରଥମ ମନ୍ଦିର ହେଉଛି ରାବଣ ମନ୍ଦିର। ଏଠାରେ ରାବଣଙ୍କ ରୁଣ୍ଡି ନାମକ ଏକ ବିଶାଳ ମୂର୍ତ୍ତିକୁ ପୂଜା କରାଯାଇଥାଏ। ଏହି ମନ୍ଦିରରେ ପୂଜା କରିବା ସମୟରେ ମହିଳାମାନେ ମୁଣ୍ଡରେ ଓଢ଼ଣା ପକାଇଥାନ୍ତି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏହା ମନ୍ଦୋଦରୀଙ୍କ ବାପଘର ଥିବାରୁ ରାବଣଙ୍କୁ ମନ୍ଦସୌରର ଜ୍ୱାଇଁ ବୋଲି ମାନି ନିଆଯାଏ। ମନ୍ଦୋଦରୀଙ୍କ ନାମରେ ଏହି ସ୍ଥାନକୁ ନାମିତ କରାଯାଇଛି।
ବୈଜନାଥ କସବା: ପୌରାଣିକ ମତାନୁସାରେ ବୈଜନାଥ କସ୍‌ବାରେ ରାବଣ ଭଗବାନ ଶିବଙ୍କ କଠୋର ତପସ୍ୟା କରିଥିଲେ। ଏଠାରେ ରାବଣଙ୍କ କୌଣସି ମନ୍ଦିର ନ ଥିଲେ ମଧ୍ୟ ତାଙ୍କର ପୂଜା କରାଯାଇଥାଏ। ହିମାଚଳ ପ୍ରଦେଶର ଏହି ସ୍ଥାନରେ ରାବଣଙ୍କ କୁଶପୁତ୍ତଳିକାକୁ କେହି ଦାହ କରୁ ନ ଥିବା ଜଣାପଡ଼ିଛି।
ଦଶାନନ: କାନପୁରର ଶିବାଲା ଅଞ୍ଚଳରେ ଥିବା ଦଶାନନଙ୍କ ମନ୍ଦିର ବର୍ଷରେ ଥରେ ମାତ୍ର ଖୋଲିଥାଏ। ଦଶହରା ଦିନ ଏହି ମନ୍ଦିରରେ ରାବଣଙ୍କ ମୂର୍ତ୍ତିକୁ ଶୃଙ୍ଗାର କରାଯାଇ ଆଳତି କରାଯାଇଥାଏ। ଏଠାରେ କେବଳ ଦଶହରା ଦିନ ପୂଜା କରିବା ପାଇଁ ଅନୁମତି ମିଳିଥାଏ। ୧୯୮୦ରୁ ଏହି ମନ୍ଦିର ତିଆରି କରାଯାଇଥିବା ବେଳେ ପୂଜାର୍ଚ୍ଚନା ପାଇଁ ବହୁ ସଂଖ୍ୟାରେ ଲୋକେ ଏଠାକୁ ଆସିଥାନ୍ତି। ଏହି ମନ୍ଦିରରେ ତେଲରେ ଦୀପ ଜଳାଇଲେ ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri