ଭାରତରେ ୧୧୭୩ କରୋନା ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୩୨

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୭୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୩୨ ଛୁଇଁଛି। ପଶ୍ଚିମବଙ୍ଗର ୫୪ ବର୍ଷ ବୟସ୍କା ଜଣେ ମହିଳା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୮ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ୧୨, ମଧ୍ୟପ୍ରଦେଶରେ ୮ ଏବଂ ପଞ୍ଜାବରେ ଜଣଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ସ୍ଥିତି ନିୟନ୍ତ୍ରିତ ନ ହେଲେ ଭାରତ ଷ୍ଟେଜ୍‌ ଥ୍ରୀକୁ ପ୍ରବେଶ କରିବାର ଆଶଙ୍କା ଥିବା କୁହାଯାଉଛି।

Share