Categories: ବାଣିଜ୍ୟ

ଭାରତରେ ଲଞ୍ଚ ହେବନି ଫେସ୍‌ବୁକ୍‌ କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ,୨୧-୬: ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ ଭାରତରେ ନିଜର କ୍ରିପ୍ଟୋକରେନ୍ସି ‘ଲିବ୍ରା’କୁ ଲଞ୍ଚ କରିବ ନାହିଁ। ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ପୂର୍ବରୁ ଦେଶରେ କୌଣସି ପ୍ରକାର କ୍ରିପ୍ଟୋକରେନ୍ସିର ପ୍ରଚଳନକୁ ବ୍ୟାନ୍‌ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଫେସ୍‌ବୁକ ନିଜର କ୍ରିପ୍ଟୋକରେନ୍ସି ସହ ଡିଜିଟାଲ ଓ୍ବାଲେଟ ‘କାଲିବ୍ରା’କୁ ମଧ୍ୟ ଭାରତରେ ପ୍ରଚଳନ କରିବ ନାହିଁ। ରିଜର୍ଭ ବ୍ୟାଙ୍କ ନିକଟରେ କମ୍ପାନୀ ପକ୍ଷରୁ କ୍ରିପ୍ଟୋକରେନ୍ସି ପ୍ରଚଳନ ନେଇ କୌଣସି ଆବେଦନ କରାଯାଇ ନାହିଁ। ତେବେ ଫେସ୍‌ବୁକ ପକ୍ଷରୁ କୁହାଯାଇଛି ଯେ, ଏହାର ଡିଜିଟାଲ ଓ୍ବାଲେଟ ହ୍ବାଟ୍ସଆପ୍‌ରେ ଉପଲବ୍ଧ ହେବ। ସାରା ବିଶ୍ୱରେ ଏହି ସୋସିଆଲ ମେସେଜିଂ ଆପ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଏହି ସୁବିଧା ମିଳିବ।

Share