Categories: ଖେଳ

ଭାରତରେ ବିବାହ କରିବେ ଏହି ପାକିସ୍ତାନ କ୍ରିକେଟର

ଇସଲମାବାଦ, ୩୦।୭: ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ମିର୍ଜାଙ୍କ ପରେ ଆର ଜଣେ ଭାରତୀୟ ଯୁବତୀ ପାକିସ୍ତାନ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି। ହରିୟାଣାର ନୁଁହ ବାସିନ୍ଦା ଶାମିଆ ଆରଜୁ ପାକିସ୍ତାନ ବୋଲର ହସନ ଅଲ୍ଲୀଙ୍କ ସହ ବିବିାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆସନ୍ତା ଅଗଷ୍ଟ ୨୦ରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହେବ ବୋଲି ଜଣାପଡିଛି। ପାକିସ୍ତାନର ପଞ୍ଜାବ ସହରରେ ଜନ୍ମଗ୍ରହଣ କରିଥିବା ହସନଙ୍କ ବିବାହ ଦୁବାଇର ଏକ ହୋଟେଲରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ଅଲଗା ହେବା ପରେ ଶାମିଆଙ୍କ କିଛି ସମ୍ପର୍କୀୟ ପାକସ୍ତାନ ପଳେଇଥିଲେ।

Share