Categories: ଜାତୀୟ

ଭାରତରେ ଥିଲେ ନୋବେଲ ପାଇପାରି ନ ଥାନ୍ତି:ଅଭିଜିତ ବାନାର୍ଜୀ

ଜୟପୁର,୨୬।୧: ଭାରତରେ ଥିଲେ ନୋବେଲ ପୁରସ୍କାର ମୋତେ ମିଳି ନ ଥାନ୍ତା ବୋଲି କହିଛନ୍ତି ଭାରତ ଜନ୍ମିତ ତଥା ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ। ଜୟପୁର ସାହିତ୍ୟ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ଭାରତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ନୋବେଲ ପାଇବାକୁ ହେଲେ ସେଭଳି ଏକ ବ୍ୟବସ୍ଥାର ଦରକାର ପଡେ। ଜଣେ ବ୍ୟକ୍ତିଗତ ଭାବେ ଏହା ହାସଲ କରିପାରିବ ନାହିଁ ବୋଲି ସେ କହିଛନ୍ତି। ମୁମ୍ବାଇ ଜନ୍ମିତ ଅଭିଜିତ କୋଲକତା ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବାପରେ ଜେଏନୟୁରେ ପଢୁଥିଲେ। ସେ ହାଭାର୍ଡରୁ ପିଏଚଡି ପାଇବା ପରେ ବର୍ତ୍ତମାନ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି। ଚଳିତବର୍ଷ ସେ ଅର୍ଥନୀତିରେ ନୋବେଲ ପୁରସ୍କାର ହାସଲ କରିଥିଲେ।

Share