Posted inଜାତୀୟ

ଭାରତରେ କରୋନା ରୋଗୀ ସଂଖ୍ୟା ୩୪

ନୂଆଦିଲ୍ଲୀ,୮।୩: ଶନିବାର ଆଉ ୩ ଜଣଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦେଶରେ ରୋଗୀ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ନୂଆ ୩ କରୋନା ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଲଦାଖରେ ଓ ଜଣେ ତାମିଲନାଡୁର। ଲଦାଖର ଉକ୍ତ ବ୍ୟକ୍ତି ପୂର୍ବରୁ ଇରାନ ଯାଇଥିଲେ। ସେହିପରି ତାମିଲନାଡୁର ସଂକ୍ରମିତ ବ୍ୟକ୍ତିଜଣକ କିଛିଦିନ ତଳେ ଓମାନ ଯାଇଥିଲେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭୁଟାନରେ କରୋନା ପଜିଟିଭ୍‌ ଜଣାପଡ଼ିଥିବା ଦୁଇ ଆମେରିକୀୟଙ୍କ ସଂସ୍ପର୍ଶରେ ଆସିଥିବା ୧୫୦ରୁ ଊର୍ଦ୍ଧ୍ୱ ଭାରତ ଆସିଥିବାବେଳେ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।
କରୋନା ସଂକ୍ରମଣ ହ୍ରାସ ଲାଗି ସରକାର ଶନିବାର ନାଗରିକମାନଙ୍କ ପାଇଁ ସାନି ଭ୍ରମଣ କଟକଣା ଜାରି କରିଛନ୍ତି। ଚାଇନା, ଇରାନ, କୋରିଆ, ଇଟାଲୀ ଓ ଜାପାନ ନ ଯିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଜରୁରୀ କାର୍ଯ୍ୟ ନ ଥିଲେ ଅନ୍ୟ ସଂକ୍ରମିତ ଦେଶକୁ ନ ଯିବା ପାଇଁ କୁହାଯାଇଛି। ଅନ୍ୟପକ୍ଷରେ ଭିଜା କ୍ଷେତ୍ରରେ ମଧ୍ୟ କଟକଣା ଜାରି ହୋଇଛି। ଜାପାନ, ଦକ୍ଷିଣ କୋରିଆ, ଇଟାଲୀ, ଇରାନର ନାଗରିକଙ୍କ ପାଇଁ ମାର୍ଚ୍ଚ ୩ ପୂର୍ବରୁ ଜାରି ଭିଜାକୁ ସ୍ଥଗିତ ରଖାଯାଇଛି। ଉପରୋକ୍ତ ଦେଶରୁ କେହି ଜରୁରୀ କାର୍ଯ୍ୟରେ ଭାରତ ଆସିବାକୁ ଥିଲେ ଭାରତୀୟ ଦୂତାବାସ କିମ୍ବା ବାଣିଜି୍ୟକ ଦୂତାବାସରେ ସାନି ଭିଜା ଆବେଦନ କରିବାକୁ କୁହାଯାଇଛି।
ଇରାନର ତେହେରାନରୁ କରୋନା ସନ୍ଦିଗ୍ଧ ଭାରତୀୟଙ୍କ ସ୍ବାବ୍‌ ନମୁନା ବିମାନ ଯୋଗେ ଅଣାଯାଇଛି। ଶନିବାର ଭୋର ୫ଟା ୩୦ରେ ଉକ୍ତ ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ଏଠାରୁ କେତେଜଣ ଇରାନୀ ନାଗରିକଙ୍କୁ ନେଇ ଫେରିଯାଇଛି। ଅଣାଯାଇଥିବା ସ୍ବାବ୍‌ ନମୁନାକୁ ପୁଣେର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି (ଏନ୍‌ଆଇଭି)କୁ ପରୀକ୍ଷା ପାଇଁ ପଠାଯିବ। କରୋନା ସଂକ୍ରମିତ ଇରାନରେ ପାଖାପାଖି ୨୦୦୦ ଭାରତୀୟ ରହିଛନ୍ତି। ଏହା ବ୍ୟତୀତ ପାରସ୍ୟ ଉପସାଗରୀୟ ଦେଶରେ ମଧ୍ୟ ସମାନ ସଂଖ୍ୟକ ଭାରତୀୟ ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ଇରାନ କର୍ତ୍ତୃପକ୍ଷଙ୍କ ସହ ସରକାର ଆଲୋଚନା ଚଳାଇଛନ୍ତି। ଏବେ ଭାରତରେ ୫୨ଟି ଲାବରେଟୋରୀରେ ନମୁନା ପରୀକ୍ଷା କରାଯାଉଥିବାବେଳେ ୫୭ ଲାବ୍‌କୁ ନମୁନା ସଂଗ୍ରହରେ ନିୟୋଜିତ କରାଯାଇଛି। ୬ ତାରିଖ ସୁଦ୍ଧା ମୋଟ ୪୦୫୮ ନମୁନା ପରୀକ୍ଷା କରାଯାଇଛି। ଇଟାଲୀୟ ଦମ୍ପତିଙ୍କୁ ବାଦ୍‌ ଦେଲେ ରାଜସ୍ଥାନରୁ ସଂଗୃହୀତ ସବୁ ନମୁନା କରୋନା ନେଗେଟିଭ୍‌ ଥିବା ପରୀକ୍ଷାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri