Posted inଖେଳ

ଭାରତରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପୂର୍ଣ୍ଣାଙ୍ଗ ସିରିଜ ଖେଳିବ ଆଫଗାନିସ୍ତାନ

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଆଫଗାନିସ୍ତାନ ନଭେମ୍ବରରେ ଏହାର ପୋଷ୍ୟ ଘରୋଇ ଦେଶ ଭାରତରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ପୂର୍ଣ୍ଣାଙ୍ଗ କ୍ରିକେଟ ସିରିଜ ଖେଳିବ। ଏହି ଦେଶର କ୍ରିକେଟ ବୋର୍ଡ ତରଫରୁ ସୂଚନା ମିଳିଛି। କ୍ୟାରିବିୟନ୍ସଙ୍କ ବିପକ୍ଷ ଘରୋଇ ସିରିଜରେ ଆଫଗାନିସ୍ତାନ ୩ ଅନ୍ତର୍ଜାତୀୟ ଟି୨୦, ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ଏକ ମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ହେଲେ ମ୍ୟାଚଗୁଡ଼ିକ ଲାଗି ଏପର୍ଯ୍ୟନ୍ତ ଭେନ୍ୟୁ ସ୍ଥିର ହୋଇପାରିନି। ଓ୍ବେଷ୍ଟଇଣ୍ଡିଜ ନଭେମ୍ବର ୫ରୁ ଡିସେମ୍ବର୧ ପର୍ଯ୍ୟନ୍ତ ଟୁର୍‌ରେ ଆସିବ। ଆଫାନିସ୍ତାନ କ୍ରିକେଟ ବୋର୍ଡ ତରଫରୁ ଏକଥା କୁହାଯାଇଛି। ଓ୍ବେଷ୍ଟଇଣ୍ଡିଜ ସିରିଜ ବିପକ୍ଷ ପୂର୍ବରୁ ଜାତୀୟ ଦଳ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଏକ ମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ପରେ ବାଂଲାଦେଶ ଓ ଜିମ୍ବାଓ୍ବେକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ ଖେଳାଯିବ। ଆଫଗାନିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜ ପରସ୍ପର ସହିତ ମାତ୍ର ୧୦ ଅନ୍ତର୍ଜାତୀୟ ଖେଳିଛନ୍ତି। ତନ୍ମଧ୍ୟରୁ ୮ଟି କ୍ୟାରିବିୟନରେ ଅନୁଷ୍ଠିତ ହୋଇଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ୫-୪ରେ ଅଗ୍ରଣୀ ରହିଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଦୁଇଟି ଟେଷ୍ଟ ମ୍ୟାଚ ଖେଳି ସାରିଛି। ଗତବର୍ଷ ଭାରତ ବିପକ୍ଷରେ ସେମାନେ ପରାଜିତ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ସେମାନେ ଆୟର୍ଲାଣ୍ଡ ବିପକ୍ଷରେ ୭ ଉଇକେଟରେ ବିଜୟ ହାସଲ କରିଥିଲେ।
କାର୍ଯ୍ୟସୂଚୀ
ନଭେମ୍ବର ୫: ପ୍ରଥମ ଅନ୍ତର୍ଜାତୀୟ ଟି୨୦
ନଭେମ୍ବର ୭: ଦ୍ୱିତୀୟ ଟି୨୦
ନଭେମ୍ବର ୯: ତୃତୀୟ ଟି୨୦
ନଭେମ୍ବର ୧୩: ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୧୬: ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୧୮: ତୃତୀୟ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୨୭ରୁ ଡିସେମ୍ବର ୧: ଏକମାତ୍ର ଟେଷ୍ଟ ମ୍ୟାଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ସାଉଥ୍‌ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ୍‌ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

ତାରିକ ରହମାନ ଆସିବା ପରେ ସୁଧୁରୁଛି ସମ୍ପର୍କ.., ବାଂଲାଦେଶ ପୁଣି ଭାରତ ପାଇଁ ଆରମ୍ଭ କରିବ ଏହି ସେବା, ତାରିଖ ଆସିଲା ସାମ୍ନାକୁ!

ନୂଆଦିଲ୍ଲୀ/ଢାକା,୨୨।୨: ନୂତନ ସରକାର ଗଠନ ହେବା ସହିତ, ବାଂଲାଦେଶ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri