Categories: ଜାତୀୟ

ଭାରତରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଇରାନର ବହିର୍ବ୍ୟାପାର ମନ୍ତ୍ରୀ ଜଭାଦ୍‌ ଜରିଫ୍‌ ୩ ଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇରାନ-ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଥିବାବେଳେ ଜରିଫ୍‌ଙ୍କ ଭାରତ ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ବୁଧବାର ଜରିଫ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିକାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜରିଫ୍‌ଙ୍କ ସହ ଆଲୋଚନା କରିବେ। ଇରାନ ମିଲିଟାରୀ କମାଣ୍ଡର ମେଜର ଜେନେରାଲ ସୋଲେମାନୀଙ୍କୁ ଆମେରିକା ଡ୍ରୋନ୍‌ ଆକ୍ରମଣ କରି ହତ୍ୟା କରିବା ପରେ ଉପୁଜିଥିବା ତିକ୍ତତାକୁ ଦୂରକରିବା ଲାଗି ଭାରତ ପ୍ରୟାସ କରିବ। ଶୁକ୍ରବାର ସେ ସମସ୍ତ କାର୍ଯ୍ୟକ୍ରମ ଶେଷକରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share