Categories: ଜାତୀୟ

ଭାରତରେ ଆମେରିକା ବୈଦେଶିକ ମନ୍ତ୍ରୀ ପୋମ୍ପିଓ: ଆଜି ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ,୨୬।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଇକ ପୋମ୍ପିୟୋ। ଏହି ଗସ୍ତ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କୁ ମାଇକ ପୋମ୍ପିୟୋ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ପ୍ରଥମ ସପ୍ତାହରେ ଜାପାନରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ପୋମ୍ପିଓଙ୍କ ଭାରତ ଗସ୍ତ କୁଟନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ଗସ୍ତବେଳେ ଆମେରିକା-ଭାରତ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ହେବ। ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମାଇକ। ସୂଚନାଯୋଗ୍ୟ,ଭାରତ ଆସିବା ପୂର୍ବରୁ ମାଇକ ପୋମ୍ପିୟୋ ଆମେରିକାର ଏକ ସମ୍ମିଳନୀରେ କହିଥିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ। ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ ହେବ ବୋଲି ସେ କହିଥିଲେ।

Share