‘ଭାରତ’ରେ ଅଭିନୟ କରିବା ପୂର୍ବରୁ ଡାଇରେକ୍ଟରଙ୍କ ନିକଟରେ ଏହି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ଫିଲ୍ମ‘ଭାରତ’ରେ ସାଇନ୍‌ କରିବା ପୂର୍ବରୁ ପ୍ରଥମେ ଡାଇରେକ୍ଟର ଅବାସ ଅଲ୍ଲୀ ଖାନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। ସର୍ତ୍ତଟି ହେଲା, ସେ ଅଲ୍ଲୀଙ୍କୁ କହିଥିଲେ, ଅଭିନୟ ଯଦି ଦମ୍‌ଦାର ହୁଏ ତେବେ ସେ ଫିଲ୍ମର ଏକ ଅଂଶ ହେବେ। ଆଜି ଅର୍ଥାତ ବୁଧବାର ‘ଭାରତ’ ରିଲିଜ ହୋଇସାରିଛି। ପ୍ରଥମ ଦିନରେ ଏହା ବେଶ୍‌ ସଫଳତା ହାସଲ କରିଛି। ଏଥିରେ କ୍ୟାଟ୍ରିନାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏପରିକି ସୋସିଆଲ ମିଡିଆରେ ଫିଲ୍ମଟିକୁ କେତେ ରେସପନ୍ସ ମିଳିଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ପ୍ରଥମେ ଏହି ଫିଲ୍ମ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ନିଆଯାଇଥିଲା। ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରିୟଙ୍କା ଫିଲ୍ମ ଛାଡ଼ିଦେବାରୁ ପରେ କ୍ୟାଟ୍ରିନାଙ୍କୁ ନିଆଯାଇଥିଲା। ଏକ ସାକ୍ଷାତକାରରେ କ୍ୟାଟ୍ରିନା କହିଛନ୍ତି, ମୁଁ ଭୁଲ ହୋଇଥାଇ ପାରେ, କିନ୍ତୁ ଏହି ଫିଲ୍ମଟି ମୋ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ। ‘ଭାରତ’ବ୍ୟତୀତ କ୍ୟାଟ୍ରିନାଙ୍କର ଆଉ ଏକ ବଡ଼ ବଜେଟ୍‌ ଫିଲ୍ମ ‘ହଲିଡେ’ ମଧ୍ୟ ରିଲିଜ ହୋଇଛି। କ୍ୟାଟ୍ରିନା ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ କହିଛନ୍ତି, ଡାଇରେକ୍ଟର ରୋହିତ ସେଟ୍ଟୀଙ୍କ ସହିତ ଏନେଇ ଗତ ୯ ମାସ ଧରି ପ୍ଲାନିଂ କରିଛନ୍ତି। ଏଥିରେ ଅକ୍ଷୟ କୁମାରଙ୍କ ସହ କ୍ୟାଟ୍ରିନା ନଜର ଆସିବେ। ‘ସୂର୍ଯ୍ୟବଂଶୀ’ ୨୦୨୦ରେ ଇଦ୍‌ ଉପଲକ୍ଷେ ରିଲିଜ ହେବାକୁ ଯାଉଛି।

Share