Categories: ଖେଳ

ଭାରତ,ବାଂଲାଦେଶ ଦଳକୁ ଧନ୍ୟବାଦ ଦେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ,୪।୧୧(ପି.ଟି.)- ଦେଶର ରାଜଧାନୀରେ ଅତ୍ୟଧିକ ପ୍ରଦୂଷଣ ସତ୍ତ୍ୱେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବାଂଲାଦେଶ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀ ସରକାର ଏନ୍‌ସିଆର ଅଞ୍ଚଳରେ ସ୍ବାସ୍ଥ୍ୟ ଜରୁକାଳୀନ ସ୍ଥିତି ଘୋଷଣା କରିଛନ୍ତି। ରବିବାର ସକାଳେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୯୯୯ରେ ପହଞ୍ଚତ୍ଥିଲା। ଧୂଳି ଓ ଧୂଆଁର ବହଳ ଆସ୍ତରଣ ଆକାଶକୁ ଘେରି ରଖିଥିଲା। ରୋହିତ ଶର୍ମା ଓ ବାଂଲାଦେଶ ଦଳକୁ ପ୍ରତିକୂଳ ସ୍ଥିତିରେ ଖେଳିବା ପାଇଁ ଧନ୍ୟବାଦ୍‌ ବୋଲି ଗାଙ୍ଗୁଲି ଟୁଇଟ୍‌ କରିଛନ୍ତି।

Share