Categories: ଜାତୀୟ

ଭାରତଠାରୁ ଇଦ୍‌ ମିଠା ନେବାକୁ ମନାକଲା ପାକିସ୍ତାନ

ଅମୃତସର,୧୨।୮: ଚଳିତ ବର୍ଷ ସୋମବାର ଇଦ୍‌-ଉଲ୍‌-ଜୁହା ପାଳନ କରାଯାଉଥିବା ବେଳେ ଭାରତ-ପାକିସ୍ତାନ ସୀମାରେ ଥିବା ବିଏସ୍‌ଏଫ୍‌ ଯବାନ ପାକିସ୍ତାନ ସହ ମିଠା ଆଦାନ ପ୍ରଦାନ କରିବାକୁ ଚାହିଁଥିବା ବେଳେ ପାକିସ୍ତାନ ସେନା କିନ୍ତୁ ଭାରତଠାରୁ ମିଠା ନେବାକୁ ମନା କରିଦେଇଥିବା ଜଣାପଡିଛି। ପ୍ରତିବର୍ଷ ସୀମାରେ ବିଭିନ୍ନ ଉତ୍ସବ ଅବସରରେ ମିଠା ଆଦାନ ପ୍ରଦାନ କରାଯାଇଥାଏ। ହେଲେ ଏଥର ପାକିସ୍ତାନ ସେନା ଏଥିରୁ ବିରତ ରହିଛନ୍ତି। ପ୍ରତିବର୍ଷ ଅଟାରୀ-ଓ୍ବାଘା ସୀମାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ମିଠା ଅଦଳ ବଦଳ କରାଯାଇଥାଏ ହେଲେ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ସେ ନିଜକୁ ଅସୁରକ୍ଷିତ ଭାବି ଭାରତ ସହ ସବୁ ସମ୍ପର୍କ ଛିନ୍ନ କରିବା ଲକ୍ଷ୍ୟରେ ରହିଛି।

Share