Categories: ଖେଳ

ଭାରତକୁ ୨୮୭ ରନ୍‌ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ,୧୯।୧: କର ବା ମର ମ୍ୟାଚ୍‌ରେ ଭାରତକୁ ୨୮୭ ରନ୍‌ର ଟାର୍ଗେଟ ଦେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ। ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୨୮୬ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ମଧ୍ୟ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଶତକ ଏବଂ ମାର୍ନସ ଲାବୁସେନଙ୍କ ଅର୍ଦ୍ଧଶତକ ଫଳରେ ଅଷ୍ଟ୍ରେଲିଆ ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଥିଲା। ସ୍ମିଥ୍‌ ୧୩୨ଟି ବଲରୁ ୧୩୧ରନ୍‌ ସ୍କୋର କରି ଆଉଟ୍‌ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଉଇକେଟ୍‌ ନେଇଥିଲେ। ଭାରତ ପ୍ରଥମ ଦିନିକିଆ ହାରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ କରିଥିଲା। ତେଣୁ ଆଜିର ମ୍ୟାଚ୍‌ ଯିଏ ଜିତିବ ସିରିଜ୍‌ ସେ ହାସଲ କରିବ।

Share