ଭାରତକୁ ସାଲ୍ୟୁଟ୍‌ କଲା ଜାତିସଂଘ

କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅନ୍ୟ ଦେଶକୁ ସହାୟତା କରିଥିବା ଭାରତ ଓ ଅନ୍ୟ ରାଷ୍ଟ୍ରଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସାଲ୍ୟୁଟ୍‌ ଜଣାଇଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଭାରତ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଆମେରିକା ସମେତ ୫୫ଟି ଦେଶକୁ ଯୋଗାଇ ଦେଇଛି। ଭାରତ ସରକାର ଏହି ଔଷଧ ରପ୍ତାନି ଉପରୁ କଟକଣା ଉଠାଇଦେବା ପରେ ବିଭିନ୍ନ ଦେଶରେ ଏହାର ଚାହିଦା ବୃଦ୍ଧି ପାଇଛି। ଏହା ବ୍ୟତୀତ ଭାରତ ଅନ୍ୟ କେତେକ ଦେଶକୁ ଡାକ୍ତରୀ ଟିମ୍‌ ମଧ୍ୟ ପଠାଇଛି। କରୋନା ବିରୋଧୀ ଲଢ଼େଇରେ ସାରା ବିଶ୍ୱ ଏକାଠି ହେବା ପାଇଁ ମହାସଚିବ ଗୁଟେରେସ୍‌ ଆହ୍ବାନ ଦେଇଛନ୍ତି। ଯେଉଁମାନେ ସହାୟତା କରିବା ସ୍ଥିତିରେ ଅଛନ୍ତି, ସେମାନେ ଅନ୍ୟ ଦେଶକୁ ସାହାଯ୍ୟ କରିବା ଲାଗି ଗୁଟେରେସ୍‌ କହିଛନ୍ତି।

Share