ଭାରତକୁ ରାଫାଲ ଯୁଦ୍ଧ ବିମାନ ମିଳିବାରେ ଆଉ ହେବନି ବିଳମ୍ବ: ଫ୍ରାନ୍ସ୍‌

ପ୍ୟାରିସ୍‌,୨୪।୫: ଭାରତକୁ ରାଫାଲ ଯୁଦ୍ଧ ବିମାନ ଖୁବ୍‌ ଶୀଘ୍ର ମିଳିବ। ଏଥିରେ ଆଉ ବିଳମ୍ବ ହେବନି ବୋଲି ଫ୍ରାନ୍ସ୍‌ ରାଷ୍ଟ୍ରଦୂତ ଇମାନୁଏଲ୍‌ ଲେନାଇନ୍‌ କହିଛନ୍ତି। ଫ୍ରାନ୍ସ୍‌ ଏବଂ ଭାରତ ମଧ୍ୟରେ ୩୬ ରାଫାଲ ଯୁଦ୍ଧ ବିମାନ ନେଇ ୫୮ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା। ସେଥିମଧ୍ୟରୁ ୩୦ଟି ଯୁଦ୍ଧ ବିମାନ ରହିଥିବାବେଳେ ୬ଟି ଟ୍ରେନର ବିମାନ ରହିଛି। ୨୦୨୦ ଏପ୍ରିଲ୍‌ରେ ଭାରତକୁ ରାଫାଲ ଯୁଦ୍ଧ ବିମାନ ଯୋଗାଇ ଦେବ ବୋଲି ଫ୍ରାନ୍ସ୍‌ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ତେବେ ସମ୍ପ୍ରତି ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ରାଫାଲ ବିମାନ ଯୋଗାଣରେ ବିଳମ୍ବ ହେଉଥିବା ଲେନାଇନ୍‌ କହିଛନ୍ତି। କରୋନା ସଂକ୍ରମଣ ଯୋଗୁ ଫ୍ରାନ୍ସ୍‌ରେ ଲକ୍ଷେ ୪୫ ହଜାରରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୮ ହଜାର ୩୩୦ ରହିଛି। ସୂଚନାଯୋଗ୍ୟ, ରାଫାଲ୍‌ ଯୁଦ୍ଧ ବିମାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଭିତ୍ତିଭୂମି ନିର୍ମାଣ ଲାଗି ୪ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

Share