ଭାରତକୁ ମିସାଇଲ ସିଷ୍ଟମ୍‌ ଯୋଗାଇବ ଇସ୍ରାଏଲ: ୫୦ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷର

ଜେରୁଜେଲମ୍‌,୧୮ା୭(ପି.ଟି.): ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଭାରତୀୟ ଏବଂ ମାଜାଗନ ଡକ୍‌ ସିପ୍‌ବିଲ୍ଡର୍ସଙ୍କୁ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରାଯାଇପାରୁଥିବା ମିସାଇଲ ସିଷ୍ଟମ୍‌ (ଏମ୍‌ଆର୍‌ଏସ୍‌ଏଏମ୍‌) ଯୋଗାଇଦେବ। ଏଥିପାଇଁ ୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ରାଜିନାମା ଏକ ବଡ଼ ଅଗ୍ରଗତି ବୋଲି ଆଇଏଆଇର ସିଷ୍ଟମ୍ସ, ମିସାଇଲ ଏବଂ ସ୍ପେସ୍‌ ଗ୍ରୁପ୍‌ର ସାଧାରଣ ପରିଚାଳକ ବୋଆଜ ଲେଭି କହିଛନ୍ତି। ଭାରତୀୟ ନୌସେନା ସହିତ ଆଇଏଆଇର ଭାଗିଦାରିତା ଏବଂ ସମ୍ପର୍କ ସୁଦୃଢ଼ ହୋଇଛି।

Share