ନୂଆଦିଲ୍ଲୀ,୧୭-୬: ସଂଯୁକ୍ତ ଆରବ ଏମିରେଟ(ୟୁଏଇ) ହର୍ମୁଜ ଜଳ ସନ୍ଧି କ୍ଷେତ୍ରରେ ଦେଖାଦେଇଥିବା ବାଧା ସତ୍ତ୍ୱେ ଭାରତକୁ ଅଶୋଧିତ ତେଲ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରଖିବ ବୋଲି ପ୍ରତିଶ୍ରୁତି ଦେଇଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଟୁଇଟ୍ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଦୁଇଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହେବା ପରେ ଗଲ୍ଫ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ସେ ୟୁଏଇ ମନ୍ତ୍ରୀ ତଥା ଆବୁଧାବୀ ନ୍ୟାଶନାଲ ଅଏଲ କମ୍ପାନୀ(ଏଡିଏନ୍ଓସି) ଗ୍ରୁପ୍ ସିଇଓ ସୁଲ୍ତାନ ଅହମ୍ମଦ ଅଲ୍ ଜାବେରଙ୍କ ସହ ସୋମବାର ଟେଲିଫୋନ ଯୋଗେ ଆଲୋଚନା କରିଥିବା ପ୍ରଧାନ ଲେଖିଛନ୍ତି।
ହର୍ମୁଜ ଜଳ ସନ୍ଧିରେ ଉପୁଜିଥିବା ବାଧାର କାରଣ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିଯୋଗୁ ତେଲ ଓ ଏଲ୍ପିଜି ଯୋଗାଣରେ ବାଧା ଆସିବା ସମ୍ଭାବନାକୁ ନେଇ ଭାରତ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ତେବେ ସମସ୍ତ ବାଧା ସତ୍ତ୍ୱେ ଭାରତକୁ ତେଲ ଓ ଏଲ୍ପିଜି ଯୋଗାଣ ଲାଗି ୟୁଏଇ ପ୍ରତିଶ୍ରୁତିବଦ୍ଧ ବୋଲି ଜାବେର ଦୋହରାଇଥିବା ପ୍ରଧାନ କହିଛନ୍ତି। ଏହି ଅବସରରେ ପ୍ରଧାନ ଲେଖିଛନ୍ତି ଯେ, ସେ ସୋମବାର ଓପେକ୍ ମହାସଚିବ ମହମ୍ମଦ ବାରକିଣ୍ଡୋଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। ଭାରତ ଓପେକ୍ର ମହତ୍ତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବାରକିଣ୍ଡୋ ତାଙ୍କୁ କହିଛନ୍ତି। ଉଭୟପକ୍ଷ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରାଯିବା ନେଇ ସେ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନ କହିଛନ୍ତି ଯେ, ଭାରତ ତେଲର ବାସ୍ତବ ମୂଲ୍ୟ ନେଇ ଓପେକ୍ ସହ ନିରନ୍ତର କାମ କରିବ। ଏହା ଉତ୍ପାଦକ ଏବଂ ଉପଭୋକ୍ତା ଦେଶର ହିତସାଧନ କରିବ। ଖୁବଶୀଘ୍ର ଭାରତ-ଓପେକ୍ ଚତୁର୍ଥ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯିବ ବୋଲି ପ୍ରଧାନ ସୂଚନା ଦେଇଛନ୍ତି।
୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…
ନୂଆଦିଲ୍ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…
ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..
ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…
ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ
ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…
PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍ଲାଇନ୍ ଏବଂ ଅଫଲାଇନ୍ ଉଠାଣର ଷ୍ଟେପ୍ ବାଇ ଷ୍ଟେପ୍ ପ୍ରକ୍ରିୟା…
ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…
Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ
ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…
ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…
ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…
କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…
ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ
ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…
Archives

