Posted inଖେଳ

ଭାରତକୁ ଜିତାଇଲେ ଅଧିନାୟକ ପ୍ରିୟମ

ଓ୍ବସେଷ୍ଟର, ୨୫।୭ (ପି.ଟି.)- ଅଧିନାୟକ ପ୍ରିୟମ ଗର୍ଗଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଯୁବ ଭାରତୀୟ କ୍ରିକେଟ୍‌ ଦଳ ଏଠାରେ ତାଲିଥିବା ୧୯ ବର୍ଷରୁ କମ୍‌ ତ୍ରି-ରାଷ୍ଟ୍ରୀୟ ସିରିଜର ଏକ ମ୍ୟାଚ୍‌ରେ ବାଂଲାଦେଶକୁ ୩୫ ରନରେ ପରାସ୍ତ କରିଦେଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ଅଧିନାୟକ ପ୍ରିୟମଙ୍କ ୧୦୦ ରନ (୯୭ ବଲ) ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ୍‌ ହରାଇ ୨୬୪ ରନ୍‌ କରିଥିଲା। ଓପନର୍‌ ଯଶଭି ଜୟସ୍ବାଲ ୬୩, ଉଇକେଟ୍‌କିପର ଧ୍ରୁବ ଜୁରେଲ ୩୪ ରନ୍‌ କରିଥିଲେ। ଜବାବରେ ବାଂଲାଦେଶ ଯୁବ ଦଳ ଅଧିନାୟକ ଆକବର ଅଲି (୫୬), ଶମିନ ହୋସେନ (୪୬), ତାଞ୍ଜିଦ୍‌ ହାସାନ (୪୪) ଓ ମୃତ୍ୟୁଞ୍ଜୟ ଚୌଧୁରୀ (୩୩)ଙ୍କ ଉପଯୁକ୍ତ ବ୍ୟାଟିଂ ସତ୍ତ୍ୱେ ୪୭.୧ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୨୨୯ ରନରେ ସୀମିତ ରହିଥିଲା। ବିଜୟୀ ଦଳ ପକ୍ଷରୁ କାର୍ତ୍ତିକ ତ୍ୟାଗୀ ୪ ଓ ଶୁଭଙ୍ଗ୍‌ ହେଗ୍‌ଡେ ୩ ଉଇକେଟ୍‌ ଅକ୍ତିଆର କରିଥିଲେ। ପୂର୍ବରୁ ଭାରତ ଉଦ୍‌ଘାଟନୀ ମୁକାବିଲାରେ ଆୟୋଜକ ଇଂଲଣ୍ଡ ଯୁବ ଦଳକୁ ୫ ଉଇକେଟ୍‌ରେ ପରାସ୍ତ କରିଥିଲା। ଏଥିସହ ୨ ମ୍ୟାଚ୍‌ରୁ ୨ ବିଜୟ ଲାଭ କରି ଭାରତ ଯୁବ ଦଳ ୪ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। କ୍ରିକେଟ ପ୍ରେମୀମାନେ ପୁଣି…

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା! ବୁମରାଙ୍କ ବଲରେ ଇଶାନ….ସେପଟେ ମେଡିକାଲରେ ଅଭିଷେକ

ନୂଆଦିଲ୍ଲୀ,୧୧।୨:  ଟିମ୍ ଇଣ୍ଡିଆର ସମସ୍ୟା ସମାଧାନର ନାଁ ଧରୁନାହିଁ । ୨୦୨୬ ଟି-୨୦ ବିଶ୍ୱକପରେ ଲଗାତାର ଦ୍ୱିତୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ଏହାର ଖେଳାଳିଙ୍କ…

ଟି-୨୦ ବିଶ୍ୱକପ୍: ନେଟ୍ସରେ ସଞ୍ଜୁ ସାମସନଙ୍କ ନିରବ ସଂଘର୍ଷ, ଅଭିଷେକଙ୍କ ଅସୁସ୍ଥତା ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ,୧୧।୨: ନାମିବିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ସେସନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ପଟେ ଦଳର ବାକି ସଦସ୍ୟମାନେ ହସଖୁସି…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଖେଳା ଯାଇଥିଲ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri