Categories: ଖେଳ

ଭାବୁକ ହେଲେ କୋହଲି, ସମ୍ଭାଳିଲେ ଅନୁଷ୍କା

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳି ଅରୁଣ ଜେଟଲୀ ଷ୍ଟାଡିୟମ ହୋଇଛି। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଜବାହାରଲାଲ ନେହରୁ ଷ୍ଟାଡିୟମରେ ହୋଇଥିବା ଏହି ସମାରୋହରେ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସମେତ ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏବଂ ଭାରତୀୟ ଦଳର ସବୁ ଖେଳାଳି ଉପସ୍ଥିତ ଥିଲେ। ଏହି ଅବସରରେ ବିରାଟଙ୍କା ନାଁ ଘୋଷଣା ହେବାବେଳେ ସେ ଭାବୁକ ହୋଇପଡିଥଲେ। ଅନୁଷ୍କା ତାଙ୍କୁ ସମ୍ଭାଳିଥିବାର ଦେଖାଯାଇଥିଲା। କୋହଲି କହିଥିଲେ, ଯେତେବେଳେ ମୁଁ ଘର ଛାଡିଥିଲି ସେତେବେଳେ ମୁଁ ମୋ ପରିବାରକୁ ଏକ କାହାଣୀ ଶୁଣାଇଥିଲି। ମୋର ମନେ ଅଛି ଯେ, ୨୦୦୧ରେ ଷ୍ଟାଡିୟମକୁ ଏକ ମ୍ୟାଚ ଦେଖିବା ପାଇଁ ଟିକେଟ ମିଳିଥିଲା ଏବଂ ମୁଁ ଖେଳାଳିମାନଙ୍କଠାରୁ ଅଟୋଗ୍ରାଫ ମାଗିଥିଲି। ଆଜି ସେହି ଷ୍ଟାଡିୟମର ଏକ ଷ୍ଟାଣ୍ଡ ମୋ ନାଁରେ କରାଯାଉଛି, ବାସ୍ତବରେ ଏହା ମୋ ପାଇଁ ବ ସମ୍ମାନର କଥା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୪ ତାରିଖରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। ସେ ଡିଡିସିଏର ଅଧ୍ୟକ୍ଷ ଏବଂ ବିସିସିଆଇର ପୂର୍ବତନ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। ଦିଲ୍ଲୀ ଏବଂ ଜିଲା କ୍ରିକେଟ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ, ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ କୋଟଲା ରହିବ। ନୂଆ ନାମକରଣ ସମାରୋହରେ ଗୃହମନ୍ତ୍ରୀ ଅମିତ୍‌ ଶାହ ଏବଂ କ୍ରୀଡା ମନ୍ତ୍ରୀ କିରନ ରିଜିଜୁ ଉପସ୍ଥିତ ଥିଲେ। ଶୁକ୍ରବାର ଟି-୨୦ ସିରିଜ ପାଇଁ ଧର୍ମଶାଳା ଗସ୍ତ ପୂର୍ବରୁ ଭାରତୀୟ ଦଳ ଗୁରୁବାର ଏଠାରେ ପହଞ୍ଚିଛନ୍ତି।

Share