ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ: ଗଜପତି

ପୁରୀ ଅଫିସ,୨୨।୬: ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଅନୁମତି ପରେ ପୁରୀ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ ବୋଲି ସେ କହିଛନ୍ତି। ଅଗଣିତ ଭକ୍ତ ରଥଯାତ୍ରା ନେଇ ତାଙ୍କ ନିକଟରେ ଗୁହାରି କରିଥିଲେ ତାହା ମହାପ୍ରଭୁ ଶୁଣିଛନ୍ତି। ଏହା ସହ ପୂର୍ବ ରାୟକୁ ପୁନଃବିଚାର କରିଥିବାରୁ ସେ ସୁପ୍ରିମକୋର୍ଟଙ୍କ ପାଖରେ ଋଣୀ ବୋଲି ମଧ୍ୟ କହିଛନ୍ତି। ତେବେ ଏହାକୁ ସଫଳ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବାକୁ ସେ ଆଶା ରଖିଥିବା ମଧ୍ୟ କହିଛନ୍ତି।