ଭାନୁପ୍ରତାପ ଯୋଷୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ପ୍ରଥମ ମ୍ୟାଚରେ ଗନିଆରୀ ବିଜୟୀ

କୋମନା,୧୦।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ଖେଳ ପଡିଆରେ ପ୍ରଥମ ଭାନୁପ୍ରତାପ ଯୋଷୀ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ ରୋୟଲ କ୍ଲବ ଗନିଆରୀ ଏବଂ ନୂଆପଡା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିଲା। ଏଥିରେ ଗନିଆରୀ ଦଳ ନୂଆପଡାକୁ ୧-୦ ଗୋଲରେ ପରାସ୍ତ କରି ପ୍ରଥମ ମ୍ୟାଚ ବିଜୟ ଲାଭ କରିଥିଲା। ବଳରାମ ସରାଫ, ଗୁଡୁ ମାଝି, ବନ ସାହୁ ଏବଂ ତ୍ରିନାଥ କୁମ୍ଭାର ଖେଳ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ମ୍ୟାଚରେ ମୁଖ୍ୟଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭେଲା ସରପଞ୍ଚ ରିଖିରାମ ଦଣ୍ଡସେନା ଓ ପ୍ରିୟରଞ୍ଜନ ବାଗ ଓ ସ୍ବର୍ଗତ ଯୋଷୀଙ୍କ ପୁଅ ତଥା ସାମାଜିକ କର୍ମୀ ବିମଳ ଯୋଷୀ ପ୍ରମୁଖ ଯୋଗଦେଇ ଟର୍ନାମେଣ୍ଟ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ବିଧାୟକ ପାଣିଗ୍ରାହୀ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଏଭଳି ଏକ ଟୁର୍ନାମେଣ୍ଟ ଗ୍ରାମାଞ୍ଚଳରେ ଆୟୋଜନ କରୁଥିବାରୁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ଅମନ ଛତ୍ରିଆ, ମୁକେଶ ଯୋଷୀ, କ୍ଷୁଦ୍ରଦେବ ଶବର, ହେତୁରାମ ଶବର, ସାଗର ଶବର, ଲିଟୁ ସେଠୀ, ଆଶିଶ ଶବର, ପରେଶ ଶବର, ରାହୁଲ ଶବର ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…

ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍‌ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri