ଭାତ ବଳିଯାଇଥିଲେ ସେଥିରୁ ତିଆରି କରନ୍ତୁ ଏହି ସ୍ବାଦିଷ୍ଟ ଖାଦ୍ୟ

ଦୈନନ୍ଦିନ ଜୀବନରେ ସନ୍ଧ୍ୟା ସମୟରେ କିଛି ଜଳଖିଆ ଖାଇବାକୁ ସବୁ ପସନ୍ଦ କରିଥାନ୍ତି। ପ୍ରତିଦିନ ମହିଳା ମାନେ ରୋଷେଇ କରିବା ପରେ ବେଳେ ବେଳେ ଅଳ୍ପ ଭାତ ବଳିଯାଏ। ସେହି ଭାତକୁ ନ ଫୋପାଡି କାମରେ ଲଗାନ୍ତୁ। ଆସନ୍ତୁ ଦେଖିବା ବଳକା ରହିଯାଇଥିବା ଭାତରୁ କିପରି ପ୍ରସ୍ତୁତ କରିବା ରାଇସ କଟଲେଟ ।
ଆବଶକୀୟ ସାମଗ୍ରୀ: ଭାତ : ୨୦୦ଗ୍ରାମ, ସିଝା ହୋଇଥିବା ଆଳୁ ୧୦୦ଗ୍ରାମ, ଅଦା- ୧୦ଗ୍ରାମ, ଦୁଇଟି କଞ୍ଚା ଲଙ୍କା, ଧନିଆ-୧୦ଗ୍ରାମ, ସ୍ବାଦ ଅନୁସାରେ ଲୁଣ, ୨ଗ୍ରାମ ଗରମ ମସଲା, କିସମିସ-୧୫ଗ୍ରାମ, ଆରାରୁଟ ପାଉଡର-୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ : ଦୁଇଟି ଆଳୁ ସିଝାଇବେ। ସେଥିରେ ଅଦା, ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଗ୍ୟାସରେ ଏକ କଢ଼େଇ ବସାଇ ସେଥିରେ ଗୋଟିଏ ଚାମଚ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଟା ହୋଇଥିବା ଅଦା, ସିଝା ଆଳୁକୁ ପକାଇ ଭଲ ଭାବେ ଭାଜି ନିଅନ୍ତୁ। ଏହା ଭଲଭାବେ ଭାଜି ହେବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ ବାହାର କରିନିଅନ୍ତୁ। ଏହାପରେ ରଖା ହୋଇଥିବା ଭାତରେ ଆରାରୁଟ ପାଉଡ଼ର, ଲଙ୍କା, ଧନିଆ ପତ୍ର, ଲୁଣ, ଗରମ ମସଲା ଓ କିସମିସ ଓ ଆଳୁ ମିଶ୍ରଣକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଏକ କଢ଼େଇରେ ତେଲ ଗରମ କରି ସେଥିରେ ମିଶ୍ରଣକୁ କଟଲେଟ ଆକାରର କରି ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଇସ କଟଲେଟ। ଏହାକୁ ଆପଣ ଏକ ପାତ୍ରରେ ବାହାର କରି ଗାରନିସ କରି ଚିଲ୍ଲୀ ସସ୍‌ କିମ୍ବା ଟମାଟୋ ସସ୍‌ ସହ ଖାଇ ପାରିବେ ।