Categories: ଜାତୀୟ

ଭାଜପା ସପକ୍ଷରେ ପ୍ରଚାର କଲେ ପ୍ରବାସୀ ଭାରତୀୟ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନକୁ ଦେଖି ପ୍ରାୟ ୧୭ଶହ ପ୍ରବାସୀ ଭାରତୀୟ ଭାଜପା ସପକ୍ଷରେ ଘର ଘର ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଯନ୍ତ୍ରୀ, ବ୍ୟବସାୟୀ ଓ ଆଇଟି ପ୍ରଫେସନାଲ। ମୋଦିଙ୍କୁ ଆଉଥରେ ଶାସନ କ୍ଷମତା ଦେବାକୁ ଏମାନଙ୍କର ଲକ୍ଷ୍ୟ ରହିଥିବା ସେମାନେ ପ୍ରକାଶ କରିଛନ୍ତି। ଏହି ପ୍ରବାସୀଙ୍କ ମଧ୍ୟରେ ଗୁଜରାଟର କେବଳ ୨୫୦ ଜଣ ପ୍ରବାସୀ ରହିଥିବା ସୂଚନା ମିଳିଛି। ଏମାନେ ଅଷ୍ଟ୍ରେଲିଆରେ ମଧ୍ୟ ବାଇକ୍‌ ରାଲି କରି ସିଡ୍‌ନୀ ଅପେରା ହାଉସ୍‌, ମେଲବୋର୍ନ କ୍ରିକେଟ ଷ୍ଟାଡିୟମ ଆଦି ବୁଲି ପ୍ରଚାର କରିବେ ବୋଲି କହିଛନ୍ତି। କାରଣ ମୋଦିଙ୍କ ଶାସନ କାଳରେ ହିଁ ଭାରତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଛି ବୋଲି ସେମାନେ ମତ ଦେଇଛନ୍ତି।

Share